ଜାପାନ ନିବେଶକ ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ଶିଳ୍ପାୟନକୁ ଗତିଶୀଳ କରିବା ପାଇଁ ଶିଳ୍ପ ବିଭାଗ ପକ୍ଷରୁ ଆସନ୍ତା ଏପ୍ରିଲ ପ୍ରଥମ ସପ୍ତାହରେ ଜାପାନରେ ନିବେଶକ ସମ୍ମିଳୀନ ଆୟୋଜିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମ୍ମିଳନୀରେ ଯୋଗଦେବେ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର।

ଶ୍ରୀ ମିଶ୍ର କହିଛନ୍ତି ଯେ ଜାପାନ ଗ୍ରୁପ୍‌କୁ ରାଜ୍ୟ ସରକାରଙ୍କ ପ୍ରତିନିଧି ପୂର୍ବରୁ ଭେଟିଥିଲେ। ଜାପାନରେ ଅଧିକ ଟେକ୍‌ନୋଲୋଜି ଭିତ୍ତିକ ଶିଳ୍ପ ଅଛି। ବିଦେଶରୁ ଅଧିକ ପୁଞ୍ଜି ଆଣିବା ଲାଗି ମୁଖ୍ୟମନ୍ତ୍ରୀ ନେତୃତ୍ବ ନେଉଛନ୍ତି। ବିଦେଶରୁ ପୁଞ୍ଜି ଆଣିବାରେ ଦେଶରେ ୩ଟି ରାଜ୍ୟ ଭିତରେ ଓଡ଼ିଶା ରହିଛି। ପୁଞ୍ଜିନିବେଶ ପାଇଁ ଏବେ ପ୍ରତିଯୋଗିତା ଚାଲିଛି। ମୁଖ୍ୟମନ୍ତ୍ରୀ ଏହାକୁ ଗୁରୁତ୍ବ ଦେଉଛନ୍ତି। ସାରା ଦେଶରେ ପୁଞ୍ଜିନିବେଶରେ ଓଡ଼ିଶା ବଡ଼ ସଫଳତା ପାଇଥିବା ଶ୍ରୀ ମିଶ୍ର କହିଛନ୍ତି।

ଉଲ୍ଲେଖ ଯେ ଗତ ଡିସେମ୍ବର ମାସରେ ଭୁବନେଶ୍ବରରେ ଆୟୋଜିତ ‘ମେକ୍‌ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମରେ ଜାପାନର ବହୁ ଶିଳ୍ପ ଗୋଷ୍ଠୀ ମୁଖ୍ୟ ଓ ନିବେଶକ ଯୋଗ ଦେଇଥିଲେ। କିଛିଦିନ ତଳେ ଜାପାନ ରାଷ୍ଟ୍ରଦୂତ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଓଡ଼ିଶା ସହ ତାଙ୍କ ଦେଶର ବାଣିଜ୍ୟିକ ସଂପର୍କ ପାଇଁ ଆଗ୍ରହ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର