ଜେଲରେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

ସମ୍ବଲପୁର : ସମ୍ବଲପୁର ମଣ୍ଡଳ କାରାଗାରରେ ବନ୍ଦୀ ଥିବା ଅଭିଯୁକ୍ତ ପ୍ରସନ୍ନ ଶବରଙ୍କ ଆଜି ରହସ୍ୟଜନକ ମୃତ୍ୟୁ ହୋଇଛି। ସେ ମାନସିକ ରୋଗରେ ପୀଡ଼ିତ ଥିବା କୁହାଯାଉଛି। ତାଙ୍କୁ ଜେଲରୁ ସଦର ଡାକ୍ତରଖାନା ନିଆଯାଇଥିଲା। ସେଠାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା। ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ, ମୃତ୍ୟୁ କାରଣ ସମ୍ପର୍କରେ ଏଡିଏମଓ (ମେଡିକାଲ) ଡା.ଅଶୋକ ଦାସ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି। ଅନ୍ୟପକ୍ଷରେ, କଳାହାଣ୍ଡିରୁ ତାଙ୍କ ପରିବାର ଲୋକ ଆସିବା ପରେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ। ପ୍ରକାଶଥାଉକି, ୨୦୧୫ ମସିହାରେ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଭବାନୀପାଟଣା ଜେଲ୍‌ରେ ବନ୍ଦୀ ଜୀବନ ବିତାଉଥିଲେ। ମାନସିକ ରୋଗ ଶିକାର ହୋଇ ଚିକିତ୍ସା ପାଇଁ ଗୁରୁବାର ଦିନ ସମ୍ବଲପୁର ଆସିଥିଲେ। ରବିବାର ସକାଳେ ହଠାତ୍‌ ଅସୁସ୍ଥ ହୋଇ ବାନ୍ତି କରିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ ଅଣାଯାଇଥିଲା।

ସମ୍ବନ୍ଧିତ ଖବର