ଦେଶୀ ମଦ ବିକୁଥିଲେ: ବନ୍ଧାହେଲେ ୭, ୩୧୬ ଲିଟର ଦେଶୀ ମଦ ଜବତ

ରାଉରକେଲା: ଦେଶୀ ମଦ ବେପାର ଉପରେ ଅବକାରୀ ପୁଲିସ ଧରପଗଡ଼ ଜାରି ଜାରି ରହିଛି। ଏହି କ୍ରମରେ ଆଜି ସ୍ଥାନୀୟ ମାଲଗୋଦାମ, ଗୋପବନ୍ଧୁପଲ୍ଲୀ ଅଞ୍ଚଳରେ ଚଢ଼ଉ କରାଯାଇଥିଲା। ଚଢ଼ଉବେଳେ ମଦ ବିକ୍ରି କରୁଥିବା ୭ ଜଣ ଅଭିଯୁକ୍ତଙ୍କୁ ଅବକାରୀ ପୁଲିସ କାବୁ କରିନେଇଥିଲା। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି, ମାଲଗୋଦାମାର ସବିତା ସାହୁ, ରାଥୁ ସିଂହ, ତେରେସ୍‌ ବାଇ, ଗୋପବନ୍ଧୁପଲ୍ଲୀର ଶକୁନ୍ତଳା ସାହୁ, ବିନ୍ଧାଣୀ ସାହୁ ଓ ବାବୁ ସିଂହ। ଏମାନଙ୍କଠାରୁ ୩୧୬ ଲିଟର ଦେଶୀ ମଦ ଓ ୩୯୫୦ କେଜି ମହୁଲ ପୋଚ ଜବତ ହୋଇଛି। ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ଚଢ଼‌ଉରେ ସବ୍‌ଇନ୍ସପେକ୍ଟର ଶ୍ରୀଧର ମହାନ୍ତି, ମାନସ ମୁଣ୍ଡାଙ୍କ ସମେତ ଅନ୍ୟ ଏଏସ୍‌ଆଇ, ମୋବାଇଲ ସ୍କ୍ବାଡ୍‌ କର୍ମଚାରୀ ସାମିଲ ଥିଲେ।

ସମ୍ବନ୍ଧିତ ଖବର