ନିଶା କାରବାରରେ ମାତିଛନ୍ତି ଯୁବଗୋଷ୍ଠୀ: ଭଦ୍ରକରୁ ୨୦ ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ, ୨ ଗିରଫ  

ଭଦ୍ରକ: ଭଦ୍ରକ ଜିଲ୍ଲାର ଗାଁ ଠୁଁ ସହର ଏବେ ସବୁଛି ଧଳା ଜହରର ବୋପାର ଚାଲିଛି। ଯୁବପୀଢି ଏବେ ବ୍ରାଉନ ସୁଗାର ନିଶାରେ ମାତିଛନ୍ତି। ଗତ ଦୁଇଦିନ ତଳେ ଗ୍ରାମାଞ୍ଚଳ ପୁଲିସ ୨୧ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିଥିବା ବେଳେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ପୁଣି ଭଦ୍ରକ ଟାଉନ ପୁଲିସ ୨୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିବା ବେଳେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ଯାଜପୁର ଜିଲ୍ଳାର ସଂଜୟ କୁମାର ବେହେରା (୩୪), ବାପାଙ୍କ ନାମ ଦୁର୍ଯ୍ୟଧନ ବେହେରା। ଘର ସିରାପୁର, ଯାଜପୁର ଟାଉନ ବୋଲି ଜଣାପଡିଛି। ସେହିପରି ଅନ୍ୟ ଅଭିଯୁକ୍ତଙ୍କ ନାମ ସତ୍ୟଜିତ ପଣ୍ଡା ( ୨୩)। ବାପା ନବ ବିଶୋର ପଣ୍ଡା, ଘର ମଠସାହି, ଥାନା ଭଣ୍ଡାରିପୋଖରୀ ଜିଲ୍ଲା ଭଦ୍ରକ ବୋଲି ପୁଲିସ ସୂଚନା ଦେଇଛି। ଏମାନଙ୍କ ନାମରେ ଭଦ୍ରକ ଟାଉନ ଥାନାରେ ୧୮୩/୨୨ ରେ ମାମଲା ରୁଜୁ କରାଯାଇ ଆଜି କୋସର୍ଟ ଚାଲାଣ କରାଯାଇଛି।

ପୁଲିସର ଯାଞ୍ଚ ଚାଲିଥିବା ବେଳେ ଭଦ୍ରକର ଚରମ୍ପା ନିକଟସ୍ଥ ଡାହାଣିଗଡିଆଛକ ନିକଟରୁ ଏଇ ଦୁଇ ବ୍ରାଉନ ସୁଗାର ବେପାରୀଙ୍କୁ ପୁଲିସ ସନ୍ଦେହ କରି ଅଟକାଇଥିଲା। ଅଟକ ହେବା ପରେ ଏମାନଙ୍କ ଗାଡି ଡିକ୍ ଯାଞ୍ଚ କରାଯାଇଥିଲା। ସେଥିରୁ ୨୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିଲା। ଯାହାର ମୁଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ବ୍ରାଉନ ସୁଗାର ବିକ୍ରୀ କରିବା ପାଇଁ ୫୦ ଟି ଖାଲି ପ୍ୟାକେଟ୍ , ଗୋଟିଏ ମଟର ସାଇକେଲ, ୨ ଟି ମୋବାଇଲ ଫୋନ୍ ଜବତ କରାଯାଇଛି। ଏଇ ରାକେଟ୍ ରେ ଆହୁରି ବହୁ ସଦସ୍ୟ ସାମିଲ ରହିଥିବା ବିଶେଷ ସୂତ୍ରରୁ ଜଣାପଡିଛି। ‌ ଯେଉଁମାନଙ୍କୁ ଗିରଫ କରିବା ପାଇଁ ପୁଲିସ ଯୋଜନା କରୁଛି।ଏଇ ଟିମ୍ ରେ ସାମିଲ ଥିବା ସଦସ୍ୟଙ୍କର ଲମ୍ବା ହାତ ରହିଛି। ବଡ ବଡ ବ୍ରାଉନ ସୁଗାର ମାଫିଆଙ୍କ ସହ ଏମାନଙ୍କର ହାତ ରହିଛି। ବାଙ୍ଗଲାଦେଶ, କଲିକତା, ଜଳେଶ୍ବର, ବାଲେଶ୍ବରର ବଡ ବଡ ବ୍ରାଉନ ସୁଗାର ମାଫିଆଙ୍କ ସହ ଏମାନଙ୍କର ହାତ ରହିଥିବା ବେଳେ ଭଦ୍ରକ ପୁଲିସ ଏମାନଙ୍କୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଛି ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର