ପୂଜା ଛୁଟି ଓ ଶୀତ ଋତୁ ସମୟରେ ଯାତ୍ରୀ ଭିଡ଼ ଏଡ଼ାଇବା ପାଇଁ ପୂର୍ବତଟ ପକ୍ଷରୁ ଆଉ ଏକ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ବର : ପୂଜା ଛୁଟି ଓ ଶୀତ ଋତୁ ସମୟରେ ଯାତ୍ରୀ ଭିଡ଼ ଏଡ଼ାଇବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ୱର ବାଟ ଦେଇ ବିଶାଖାପାଟଣା ଓ ସୁବେଦାରଗଞ୍ଜ(ଆଲ୍‌ହାବାଦ) ଷ୍ଟେସନ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି। ବିଶାଖାପାଟଣା-ସୁବେଦାରଗଞ୍ଜ-ବିଶାଖାପାଟଣା ସାପ୍ତାହିକ ସୁବିଧା ସ୍ୱତନ୍ତ୍ର ଟ୍ରେନ(୮୨୫୦୭/୮୨୫୦୮) ଅକ୍ଟୋବର ୮ରୁ ନଭେମ୍ବର ୧୯ ମଧ୍ୟରେ ବିଶାଖାପାଟଣାଠାରୁ ପ୍ରତି ମଙ୍ଗଳବାର ରାତି ୧୧ଟା ୫୦ରେ ଛାଡୁଥିବା ବେଳେ ଏହା ଅକ୍ଟୋବର ୧୦ରୁ ନଭେମ୍ବର ୨୧ ମଧ୍ୟରେ ସୁବେଦାରଗଞ୍ଜଠାରୁ ପ୍ରତି ଗୁରୁବାର ପୂର୍ବାହ୍ନ ୧୦ଟା ୧୦‌ରେ ବିଶାଖାପାଟଣା ଯାତ୍ରା କରିବ। ଏହି ଟ୍ରେନରେ ଗୋଟିଏ ଏସି-୨ ଟାୟାର, ତିନିଟି ଏସି-୩ ଟାୟାର, ୭ଟି ସ୍ଲିପର କ୍ଲାସ, ୩ଟି ସାଧାରଣ ଦ୍ଵିତୀୟ ଶ୍ରେଣୀ ଓ ଦୁଇଟି ଗାର୍ଡ ତଥା ଲଗେଜ ଭ୍ୟାନ ବ୍ୟବସ୍ଥ‌‌ା ରହିଛି। ଏହା ବିଶାଖାପାଟଣା ଓ ସୁବେଦାରଗଞ୍ଜ ଷ୍ଟେସନ ମଧ୍ୟରେ ବିଜୟନଗରମ୍‌, ଶ୍ରୀକାକୁଲମ୍‌ ରୋଡ଼, ପଲାସା, ବ୍ରହ୍ମପୁର, ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, ନରାଜ, ଭଦ୍ରକ, ବାଲେଶ୍ୱର, ହିଜଲୀ, ମିଦନାପୁର, ବାଙ୍କୁରା, ଆଦ୍ରା, ଗୋମୋ, କୋଡେର୍ମା, ଗୟା, ସସାରାମ, ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ଜଙ୍କସନ, ମିର୍ଜାପୁର ଏବଂ ଆଲ୍‌ହାବାଦ ଷ୍ଟେସନରେ ରହଣି କରିବ। ଯାତ୍ରୀମାନଙ୍କ ଚାହିଦାକୁ ସମୀକ୍ଷା କରାଯାଇ ଏହି ଟ୍ରେନର ଚଳାଚଳ ସମ୍ପ୍ରସାରଣ ସମ୍ବନ୍ଧରେ ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧିତ ଖବର