ପୌର ନିର୍ବାଚନ ପାଇଁ ୨୨ତାରିଖ ଅପରାହ୍ନ ୫ଟା ପୂର୍ବରୁ ପ୍ରଚାର ସରିବ, ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ନିର୍ବାଚନ କମିସନ

ଭୁବନେଶ୍ବର : ଆସନ୍ତା ୨୪ତାରିଖରେ ‌ସାରା ରାଜ୍ୟରେ ପୌର ନିର୍ବାଚନ ହେବାକୁ ଥିବାବେଳେ ୨୨ତାରିଖ ଅପରାହ୍ନ ୫ଟା ପୂର୍ବରୁ ସମସ୍ତ ପ୍ରଚାର ଶେଷ ହେବ। ଏପରିକି ଏହି ସମୟ ପରେ ନିର୍ବାଚନ ହେଉଥିବା ଅଞ୍ଚଳରେ କୌଣସି ବ୍ୟକ୍ତି ସଭା, ବୈଠକ ଆଦି କରିପାରିବେନି। ନିର୍ବାଚନ ‌େଶଷ ହେବାର ୪୮ଘଣ୍ଟା ପୂର୍ବରୁ ଏହି କଟକଣା ଲାଗୁ ହେବାର ନିୟମ ଥିବାରୁ ଏନେଇ ଜିଲ୍ଲାପାଳମାନେ ବ୍ୟାପକ ପ୍ରଚାର କରିବାକୁ ରାଜ୍ୟ ନିର୍ବାଚନ କମିସନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।

ସମ୍ବନ୍ଧିତ ଖବର