ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେଲେ ମାଇକ୍ରୋ ଫାଇନାନ୍ସର ପୂର୍ବତନ ଏମ୍‌ଡି ଦୁର୍ଗା ପ୍ରସାଦ ମିଶ୍ର

ଭୁବନେଶ୍ୱର: ୨୦୧୪ ଡିସେମ୍ବରରେ ଗିରଫ ହୋଇଥିବା ମାଇକ୍ରୋ ଫାଇନାନ୍ସର ପୂର୍ବତନ ଏମ୍‌ଡି ଦୁର୍ଗା ପ୍ରସାଦ ମିଶ୍ର ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ହାଜର ହୋଇଛନ୍ତି। ଦୁର୍ଗ ପ୍ରସାଦଙ୍କୁ ବେଆଇନ ଅର୍ଥ କାରବାର ନେଇ ପଚରାଉଚରା କରାଯାଉଛି। ପୂର୍ବରୁ ସିବିଆଇ ଦ୍ୱାରା ଦୁର୍ଗା ପ୍ରସାଦ ଗିରଫ ହୋଇ ଜାମିନ୍‌ରେ ଥିବା ନେଇ ସୂଚନା ଅଛି।

ସୂଚନାଯୋଗ୍ୟ, ବହୁ ଚର୍ଚ୍ଚିତ ମାଇକ୍ରୋ ଫାଇନାନ୍ସ ଚିଟପଣ୍ଡ ଠକେଇ ମାମଲାରେ ଦୁର୍ଗା ପ୍ରସାଦ ମିଶ୍ରଙ୍କୁ ୩ବର୍ଷ ଜେଲଦଣ୍ଡାଦେଶ ହୋଇଥିଲା। ଏଥିସହିତ ଭୁବନେଶ୍ୱର ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ମାମଲାର ବିଚାର କରି ମିଶ୍ରଙ୍କୁ ଜମାକାରୀଙ୍କ କ୍ଷତି ଭରଣ ଲାଗି ୨୧୫କୋଟି ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାଇକ୍ରୋ ଫାଇନାନ୍ସ ଓଡ଼ିଶାର ଅନେକ ଜମାକାରୀଙ୍କଠାରୁ ୫ଶହ କୋଟିରୁ ଊର୍ଧ୍ୱ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର