ଫନି ପ୍ରଭାବିତ ଜିଲ୍ଲାମାନଙ୍କରେ ୧୧୦୦୦ରୁ ଅଧିକ ଋଣ ଦେଲା ଏସବିଆଇ

ଭୁବନେଶ୍ବର : ଓଡ଼ିଶାର ଫନି ପ୍ରଭାବିତ ଅଂଚଳରେ ଲୋକମାନଙ୍କ ସହାୟତା ପାଇଁ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ବ୍ୟାଙ୍କ  ପକ୍ଷରୁ ୧୧୦୦୦ରୁ ଅଧିକ ଋଣ ଏହାର ଫଣି ପ୍ରଭାବିତ ଜିଲ୍ଲା ଗୁଡ଼ିକରେ ଗ୍ରାହକମାନଙ୍କୁ ଯୋଗାଇ ଦିଆଯାଇଛି, ଯାହା ସେମାନଙ୍କ ଥଇଥାନ ଏବଂ ଜୀବିକାରମ୍ଭ ପାଇଁ ସାହାଯ୍ୟ ହୋଇପାରିବ ବୋଲି ଏସବିଆଇର ଏମଡି ପି.କେ.ଗୁପ୍ତା କହିଛନ୍ତି ।

ଏସବିଆଇ ମଧ୍ୟ ୧୩୦୦ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ଋଣ, ୮୦୦୦ରୁ ଅଧିକ କୃଷି ଋଣ ସହ ପି.ଏମ୍.ଇ.ଜି.ପି ଏବଂ ମୁଦ୍ରା ଋଣ ଯୋଗାଇ ସାରିଛି । ଏସବିଆଇ ମଧ୍ୟ ୨୦୦ରୁ ଅଧିକ ବାଣିଜ୍ୟ ଋଣ ଏବଂ ଘର ତିଆରି ଋଣକୁ ଏହା ମଧ୍ୟରେ ନୂତନ ଢ଼ାଂଚାରେ ପରିବର୍ତ୍ତନ କରିପାରିଛି । ଆହୁରି ମଧ୍ୟ ୫୦୦ ଧୀବରମାନଙ୍କ ପାଇଁ ବୋଟ, ଜାଲ୍ ପାଇଁ ଋଣ ଯୋଗାଇବା ପ୍ରସ୍ତାବ ରହିଛି । ଶ୍ରୀ ଗୁପ୍ତା ଆହୁରି ମଧ୍ୟ କହିଛନ୍ତି ଯେ ଏସବିଆଇ ଓଡ଼ିଶାର ଲୋକଙ୍କ ସେବା ପାଇଁ ବଦ୍ଧ ପରିକର । ସେ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ଯେ, ପୁରୀ ଜିଲ୍ଲାର ବାତ୍ୟା ଦ୍ୱାରା ଶିକାର ହୋଇଥିବା ଲୋକମାନଙ୍କ ପାଇଁ ୧୯୦୦୦ ମଶାରି ଜିଲ୍ଲା ପ୍ରାଧିକାରୀଙ୍କୁ ବ୍ୟାଙ୍କ ତରଫରୁ ଯୋଗାଇଦେବେ ।

ସମ୍ବନ୍ଧିତ ଖବର