ଫୁଲବାଣୀରେ ଜିଲ୍ଲାସ୍ତରୀୟ ମେଗା ନିଯୁକ୍ତି ମେଳା : ଚାକିରି ପାଇବେ ୭ ହଜାର ବେକାର ଯୁବକ ଓ ଯୁବତୀ

ଫୁଲବାଣୀ : ଫୁଲବାଣୀ କରୋନେସନ ପଡିଆଠାରେ ଜିଲ୍ଲାସ୍ତରୀୟ ମେଗା ନିଯୁକ୍ତି ମେଳା ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଓ କିଟ୍ ସହଯୋଗରେ ଆୟୋଜିତ ଏହି ମେଗା ନିଯୁକ୍ତି ମେଳାରେ ରାଜ୍ୟ ଓ ରାଜ୍ୟ ବାହାରର ୭୧ଟି ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ସାମିଲ ହୋ‌ଇଥିଲେ। ସେମାନଙ୍କ ସଂସ୍ଥାରେ ପ୍ରାୟ ୭ ହଜାର ‌ଶିକ୍ଷିତ ଯୁବକ ଓ ଯବତୀଙ୍କୁ ନିଯୁକ୍ତି ମିଳିଛି। କନ୍ଧମାଳ ସମେତ ଗଂଜାମ ଓ ନୟାଗଡ଼ ଜିଲ୍ଲାରୁ ୧୫ ହଜାରରୁ ଊର୍ଦ୍ଧ୍ବ ଶିକ୍ଷିତ ବେକାର ଯୁବକ ଓ ଯୁବତୀ ମେଗା ନିଯୁକ୍ତି ମେଳାରେ ଭାଗ ନେଇଥିଲେ। ଦକ୍ଷତା, ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଯୁକ୍ତି ସୁଯୋଗର ହାତଛଡା ନ କରିବାକୁ ଯୁବକ ଓ ଯୁବତୀଙ୍କୁ କହିଥିଲେ। କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ, ଆଇଏଏସ୍‌ ପ୍ରୋବେସନ ଡ.ଶୁଭଙ୍କର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବିଭିନ୍ନ କଂପାନି ପକ୍ଷରୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର