ବଦଳୁଛି ବିେଜଡି ଗଣିତ, ପଦାଧିକାରୀ ସ୍ତରରେ ଅଦଳବଦଳ କଲେ ନବୀନ

ବିମ୍ବାଧରଙ୍କୁ ଶ୍ରମିକ ସାମ୍ମୁଖ୍ୟ,ଚନ୍ଦ୍ରଶେଖର ଉପସଭାପତି

ଭୁବନେଶ୍ବର: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିେଜଡି ମୁଖିଆ ଆଜି ସାଂଗଠନିକ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। କିଛି ବରିଷ୍ଠ େନତାଙ୍କୁ ପଦୋନ୍ନତି ମିଳିଛି, ଆଉ କେତେକଙ୍କ ସଂପର୍କରେ େନତୃତ୍ବର ନିଷ୍ପତ୍ତି ରାଜନୈତିକ ମହଲକୁ ନୂଆ ସମୀକରଣର ଆଭାସ େଦଉଛି। ବିେଜଡି ଉପସଭାପତି ବିମ୍ବାଧର କୁଅଁରଙ୍କୁ ବିଜୁ ଶ୍ରମିକ ସାମ୍ମୁଖ୍ୟର ଇନଚାର୍ଜ ଭାବେ ନିଯୁକ୍ତି ଦିଆଯାଇଛି। କଂଗ୍ରେସ ଛାଡି ବିେଜଡିେର େଯାଗ ଦେଇଥିବା ପୂର୍ବତନ େକନ୍ଦ୍ର ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ଏବେ ଦଳର ଉପ ସଭାପତି ଦାୟିତ୍ବ ତୁଲାଇବେ। ବିଜେଡି ସାଧାରଣ ସମ୍ପାଦକ ପଦରୁ ଅବ୍ୟାହତି ଦିଆଯାଇଛି ଦେବାଶିଷ ସାମନ୍ତରାୟଙ୍କୁ। ସେ କଟକ ଜିଲ୍ଲା ବିଜେଡି ସଭାପତି ଭାବେ ଦାୟିତ୍ବ ତୁଲାଇବେ। ଏହି ନିଷ୍ପତ୍ତି ସଙ୍କେତ େଦଉଛି, ଦେବାଶିଷଙ୍କୁ ପାରାଦୀପ ଆସନରୁ ପ୍ରାର୍ଥୀ କରାଯିବା େନଇ େଯଉଁ ଚର୍ଚ୍ଚା େହଉଛି, ତାହା ଅମୂଳକ। ବରଂ କଟକ ଜିଲ୍ଲାରେ ସଂଗଠନ ସଜାଡିବା ଲାଗି େଦବାଶିଷଙ୍କ ଉପରେ ନବୀନ ଚାପ ରଖିଛନ୍ତି। ଏଥିସହିତ ବିଧାୟକ ଦାମୋଦର ରାଉତଙ୍କ ଗଡରେ ବିେଜଡି କାହାକୁ ପ୍ରାର୍ଥୀ କରୁଛି, ସେ ନେଇ ଚର୍ଚ୍ଚା େଜାର ଧରିଛି। କେଂଗ୍ରସ ଛାଡି ବିଜେଡିରେ ମିଶିଥିବା ଗଞ୍ଜାମର ବିକ୍ରମ ପଣ୍ଡାଙ୍କୁ ଦଳର ସାଧାରଣ ସମ୍ପାଦକ ଓ ସସ୍ମିତ ପାତ୍ରଙ୍କୁ ସମ୍ପାଦକ ( ସଂଖ୍ୟାଲଘୁ ବ୍ୟାପାର) ଭାବେ ନିଯୁକ୍ତି ଦିଆଯାଇଛି। ବିଜେଡି ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ମଙ୍ଗରାଜଙ୍କ ଦସ୍ତଖତରେ ଜାରି ପ୍ରେସ ଇସ୍ତାହାର ଅନୁସାରେ ୭ ଜଣ େନତାଙ୍କୁ୍ ସଂପାଦକ ଭାବେ ନିଯୁକ୍ତି ମିଳିଛି । ସେମାେନ େହଲେ ନିକଟରେ ବିେଜପି ଛାଡି ଆସିଥିବା ଅଶୋକ ବଳ ଏବଂ ସଂଗ୍ରାମ କେଶରୀ ପାଇକରାୟ। ଏମାନଙ୍କ ବ୍ୟତୀତ ପ୍ରମୋଦ କୁମାର ସାହୁ, ଆଶିଷ ଚକ୍ରବର୍ତ୍ତୀ, ରବି ସାମଲ, ତପନ ଦାସ ଓ ଟି. ପ୍ରସାଦ ରାଓ ଦୋରା ବି ଏହି ତାଲିକାେର ଅଛନ୍ତି। ସମ୍ବଲପୁର ଜିଲ୍ଲା ସଭାପତି ଦାୟିତ୍ବରୁ ପ୍ରମୋଦ କୁମାର ରଥଙ୍କୁ ଅବ୍ୟାହତି ଦିଆଯାଇଛି। ସେହିପରି ଆଶିଷ ଚକ୍ରବର୍ତ୍ତୀଙ୍କୁ କେନ୍ଦୁଝର ଜିଲ୍ଲା ସଭାପତି ପଦରୁ ଅବ୍ୟାହତି ଦିଆଯିବା ସହ ବିମ୍ବାଧର ବିଶ୍ବାଳଙ୍କୁ ଜିଲ୍ଲା ସଭାପତି ଦାୟିତ୍ବ ଦିଆଯାଇଛି। ଶ୍ରୀମତି ରୀନା ବାରିକ କେନ୍ଦୁଝର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେ କାର୍ଯ୍ୟ କରିବେ।

ଦେବାଶିଷଙ୍କୁ ନେଇ ପାରାଦୀପ ଚର୍ଚ୍ଚାରେ ପୂର୍ଣ୍ଣଛେଦ, କୁଶ ଆପଟ୍ଟ ଓ ଅନ୍ୟ ଦୁଇଜଣଙ୍କ ଉପରୁ ନିଲମ୍ବନ ଉଠିଲା

ମହମ୍ମଦ ସକିଲଙ୍କୁ ସାଲେପୁର ଏବଂ ମାହାଙ୍ଗା ବିଧାନସଭା ନିର୍ବାଚନମଣ୍ଡଳୀର ସହ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ମନୋହର ରନ୍ଧାରୀଙ୍କୁ ଡାବୁଗାଁ ବିଧାନସଭା ନିର୍ବାଚନମଣ୍ଡଳୀର ସହ ପର୍ଯ୍ୟବେକ୍ଷକ, ପ୍ରୀତମ ମେହେରଙ୍କୁ ବଲାଙ୍ଗୀର ବିଧାନସଭା ନିର୍ବାଚନମଣ୍ଡଳୀର ସହ ପର୍ଯ୍ୟବେକ୍ଷକ, ଶିବ ପଟ୍ଟନାୟକଙ୍କୁ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀର ସହ ପର୍ଯ୍ୟବେକ୍ଷକ ଏବଂ ନାରାୟଣ ସାହୁଙ୍କୁ କୋଟପାଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ସହ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । ଆଜି ଦଳୀୟ ପଦାଧିକାରୀଙ୍କୁ ଅଦଳ ବଦଳ କରିବା ସହ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବିଧାନସଭା ନିର୍ବାଚନମଣ୍ଡଳୀର କୁଶ ଆପଟ୍ଟ, ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକର ରଞ୍ଜନ କୁମାର ଖଣ୍ଡୁଆଳ ଏବଂ ରମା ଖଣ୍ଡୁଆଳଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିନେଇଛନ୍ତି।

ସମ୍ବନ୍ଧିତ ଖବର