ବଧୂହତ୍ୟା ମାମଲା: ୨୨ ବର୍ଷ ପରେ ଫେରାର ଶାଶୂ, ଶଶୁର ଓ ସ୍ୱାମୀ ଗିରଫ

ବୁଗୁଡ଼ା : ୨୨ ବର୍ଷ ତଳେ ଏକ ବଧୂହତ୍ୟା ମାମଲାରେ ଦଣ୍ଡାଦେଶ ଶୁଣି ଫେରାର ହୋଇଯାଇଥିବା ଶାଶୂ, ଶଶୁର ଓ ସ୍ୱାମୀଙ୍କୁ  ଓ୍ବାରେଣ୍ଟି ବଳରେ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତ ହେଲେ ବୁଗୁଡା ଥାନା ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମର ସୁବାସ ଭୂୟାଁ , କନକ ଭୂୟାଁ ଓ ପ୍ରଦୀପ କୁମାର ଭୂୟାଁ । ଏମାନଙ୍କ ନାମରେ  ଏସ୍ ସି ନଂ  ୨୦/୧୯୯୯ରେ ଏକ ମାମଲା  ଥିଲା।

ସୂଚନା ମୁତାବକ, ଗତ ୧୯୯୯ ମସିହାରେ ଅଭିଯୁକ୍ତମାନେ ବଧୂହତ୍ୟା ମାମଲାରେ ଜଡିତ ଥିବାବେଳେ ଅଦାଲତ ପକ୍ଷରୁ ସେମାନଙ୍କୁ ଦଣ୍ଡିତ କରାଯାଇଥିଲା। ଅକ୍ଟୋବର ମାସରେ ଦଣ୍ଡାଦେଶ ଶୁଣି   ଦଣ୍ଡିତ ଶଶୁର ସୁବାସ, ଶାଶୂ କନକ ଓ ସ୍ୱାମୀ ପ୍ରଦୀପ ଫେରାର ହୋଇଯାଇଥିଲେ l ଅଦାଲତ ୱାରେଣ୍ଟ ଜାରି କଲା ପରେ ପୁଲିସ ଆଜି ଘଟଣାର ୨୨ ବର୍ଷ ପରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା  ଥାନାଧିକାରୀ ଚିତ୍ତରଞ୍ଜନ ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର