ବିଧାନସଭାର ଶୀତ ଅଧିବେଶନ ପାଇଁ ଯାନବାହାନ କଟକଣା ଜାରି

ଭୁବନେଶ୍ବର : ବିଧାନସଭାର ଶୀତ ଅଧିବେଶନ ପାଇଁ କମିଶନରେଟ ପୁଲିସ ପକ୍ଷରୁ ଯାନବାହାନ ଚଳାଚଳ ଉପରେ କଟକଣା ଲଗାଯାଇଛି । ଆସନ୍ତା ଡିସେମ୍ବର ୧ରୁ ୩୧ ପର୍ଯ୍ୟନ୍ତ ଏହି କଟଣା ବଳବତ୍ତର ରହିବ ବୋଲି କମିଶନରେଟ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ହାଉସିଂ ବୋର୍ଡ ଛକ ପଟୁ ଆସୁଥିବା ସମସ୍ତ ଗାଡିଗୁଡ଼ିକ କେଶରୀ ଟକିଜ ଠାରୁ ଆଗକୁ ନ ଯାଇ ବାମପଟ ରାସ୍ତା ଦେଇ ନିଜର ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ । ଏଜି ଛକ ପଟୁ ପିଏମଡି ଛକ ଆଡକୁ ଆସୁଥିବା ସମସ୍ତଗାଡ଼ିଗୁଡ଼ିକ ଜୟଦେବ ଭବନ ପାଖରେ ଅଟକି ଡାହାଣ ପଟେରେ ଥିବା ଇନ୍ଦିରା ଗାନ୍ଧି ପାର୍କ ରାସ୍ତା ଦେଇ ନିଜ ଗନ୍ତବ୍ୟସ୍ଥାନକୁ ଯାଇପାରିବେ ।

ମାଷ୍ଟର କାଣ୍ଟିନ ପଟୁ ଅପର ପିଏମଜି ଆଡକୁ ଆସୁଥିବା ସମସ୍ତ ଗାଡି ଗୁଡ଼ିକ ଲୋୟର ପିଏମଜି ଛକଠାରୁ ବାମ କିମ୍ବା ଡାହାଣ ପାର୍ଶ୍ବ ରାସ୍ତା ଦେଇ ଯାଇପାରିବେ କିନ୍ତୁ ସେମାନଙ୍କୁ ମହାତ୍ମାଗାନ୍ଧି ମାର୍ଗରେ ଯିବା ପାଇଁ ଅନୁମତି ଦିଆଯିବ ନାହିଁ । ୧୨୦ ବାଟାଲିୟନ ଛକ ପଟୁ ପିଏମଡି ଛକ ଆଡୁ ଆସୁଥିବା ଗାଡ଼ିଗୁଡ଼ିକ ପାଓ୍ବାର ହାଉସ ଛକ ଆଡକୁ ଯିବେ । ରାଜଭବନ ଛକ ପଟୁ ଏମଏଲଏ କଲୋନୀ ଏବଂ ରବୀନ୍ଦ୍ର ମଣ୍ଡପକୁ ଯାଉଥିବା ସମସ୍ତ ଗାଡି ଶାସ୍ତ୍ରୀ ନଗର ଆଡକୁ ଯିବେ ।

ସମ୍ବନ୍ଧିତ ଖବର