ମାଲକାନଗିରି: ଜଣେ ବିବାହିତ ମହିଳା ମାନସିକ ଆଗ୍ରସର ହେବା ପରେ ସ୍ବାମୀ ତାକୁ ଘରୁ ବାହାର କରିଦେଇଛି। ଏଣେ ତେଣେ ବୁଲି ବୁଲି ରହିଥିବାରୁ ବୃଦ୍ଧା ମା’ ତାକୁ ଦୌଡିରେ ବାନ୍ଧି ଘରେ ରଖୁଛି। ସାହିପଡ଼ିଶା ପୀଡିତା ମହିଳାଙ୍କ ସ୍ୱାମୀକୁ ତାଗିତ କଲେ ମଧ୍ୟ ସେ କାହାରି କଥା ନ ଶୁଣି ଓଲଟି ଆକ୍ରମଣ କରିବାକୁ ବି ପଛାଉନାହିଁ। ଏହି ନେଇ ପ୍ରଶାସନ ନିକଟରେ ନ୍ୟାୟ ପାଇବା ପାଇଁ ବୃଦ୍ଧା ମା’ ନେହୁରା ହୋଇଛନ୍ତି। ଏହି ମହିଳାଙ୍କ ନିଜ ବୃଦ୍ଧା ମା’ ତାକୁ କେତେ ବେଳେ ଦୌଡିରେ ବାନ୍ଧି ଘରେ ତାଲା ପକାଇ ରଖୁଛି ତ ଆଉ କେତେବେଳେ ଗାମୁଛା ବାନ୍ଧି ବାହାରେ ବୁଲାଉଛି। କାରଣ ଏହି ମହିଳା ଜଣକ ଗତ ଏକ ବର୍ଷ ହେବ ମାନସିକ ରୋଗରେ ପୀଡିତ ହୋଇଛନ୍ତି। ପୀଡିତା ମହିଳା ଜଣକ ହେଲେ ରୀନା ନାୟକ।
Sambad is now on WhatsApp
Join and get latest news updates delivered to you via WhatsApp
ମାଲକାନଗିରି ସଦର ମହକୁମା ସ୍ଥିତ ଏମ୍.ଭି -୨ ଗ୍ରାମର ସନ୍ତାଷ ନାୟକଙ୍କୁ ବିବାହ କରିଥିଲେ। ବିବାହ ପର ଠାରୁ ତାଙ୍କର ତେଲ ଲୁଣର ସଂସାର ବେଶ ଖୁସିରେ ଅତିବାହିତ ହେଉଥିଲା।ଏହି ଦମ୍ପତିଙ୍କର ୩ଟି ଛୁଆ ପିଲା ରହିଥିବା ବେଳେ ପିଲାଙ୍କୁ ନେଇ ବେଶ ଖୁସି ଥିଲେ। ହେଲେ ସନ୍ତୋଷ ନାୟକ ନିଜର ଦୁଇଟି ଛୁଆଙ୍କୁ କଳାହାଣ୍ଡିରେ ରହୁଥିବା ସଂପର୍କୀୟଙ୍କ ଘରେ ଛାଡିଦେଇଥିଲେ। ସେହିଦିନ ଠାରୁ ମହିଳା ଜଣକ ନିଜ ଛୁଆଙ୍କୁ ଝୁରି ଝୁରି ପାଗଳୀ ହୋଇଯାଇଥିବା କୁହାଯାଇଛି। ପାଗଳୀ ହୋଇଯିବା ପରେ ସ୍ବାମୀ ପୀଡ଼ିତଙ୍କୁ ଘରୁ ବାହାର କରିଦେଇଥିଲେ। ଏହାପରେ ପୀଡିତା ଏଣେ ତେଣେ ଘୁରି ବୁଲିଲେ। ଏହା ଦେଖି ପିଡ଼ିତାର ମା’ ସ୍ଥାନୀୟ ଯୁବକଙ୍କ ସହାୟତାରେ ଘରକୁ ଆଣି ଦୌଡିରେ ବାନ୍ଧି ଘରେ ରଖୁଛନ୍ତି। ଜୀବନର ପରିଣତ ବୟସରେ ବାର୍ଦ୍ଧକ୍ୟ ଭତା ଆଉ ପିଡ଼ିଏସ ଚାଉଳରେ ନିଜେ ଚଳୁଥିବା ବେଳେ ଝିଅର ଏଭଳି ସ୍ଥିତି ଦେଖି ଚିନ୍ତାରେ ପଡିଛନ୍ତି। କିଭଳି ନିଜେ ଚଳିବେ ଏବଂ ଝିଅର ଚିକିତ୍ସା କରାଇବେ ସେନେଇ ପ୍ରତିଦିନ ଚିନ୍ତା କରୁଥିବା କହିଛନ୍ତି।
ପୀଡ଼ିତାଙ୍କ ଏହି ଭଳି ସମୟରେ ତାର ସ୍ୱାମୀ ସନ୍ତାଷ କିଭଳି ତାଙ୍କୁ ଏଭଳି ଅତ୍ୟାଚାର କରୁଛି ତାହା ଅମଣିଷର ପରିଚୟ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏଥିନେଇ ସାହି ପୋଡିଶା ସନ୍ତୋଷକୁ ନିଜପତ୍ନୀକୁ ଚିକିତ୍ସା କରିବାକୁ କହିବା ସହ ସମ୍ପର୍କୀୟ ଘରେ ଛାଡିଥିବା ଛୁଆଙ୍କୁ ଫେରାଇ ଆଣିବାକୁ କହିଥିଲେ। କିନ୍ତୁ ସନ୍ତୋଷ ସାହି ପୋଡିଶାଙ୍କ କଥା ନଶୁଣି ଓଲଟା ପତ୍ନୀକୁ ଆକ୍ରମଣ କରିବାକୁ ଆସୁଥିବା ସ୍ଥାନୀୟ ଲୋକେ କହିଛନ୍ତି।ପ୍ରଶାସନ କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି ଏହି ମା ଓ ଝିଅଙ୍କୁ ସହଯୋଗର ହାତ ବଢାଇଲେ ହୁଏତ ଝିଅ ଭଲ ହୋଇପାରେ ବୋଲି ସ୍ଥାନୀୟ ଲୋକେ ଅନୁରୋଧ କରିଛନ୍ତି।