ବିଭିନ୍ନ ସ୍ଥାନରେ ୬୦ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି କୋଟି କୋଟି ଟଙ୍କାର ଗଂଜେଇ ଗଛ ନଷ୍ଟ କରାଯାଇଛି।ଜିଲ୍ଲାର ଅର୍କେଲ ଥାନା ଅନ୍ତର୍ଗତ କୋତାପଲି ଅଞ୍ଚଳରେ ପ୍ରାୟ ୭୦ ଏକର ସରକାରୀ ଜମିରେ ୧ ଲକ୍ଷ ୫ ହଜାର ଗଂଜେଇ ଗଛକୁ ନଷ୍ଟ କରାଯାଇଥିଲା।ଏହାର ଆନୁମାନିକ ମୂଲ୍ୟ ୧୦ କୋଟିରୁ ଉର୍ଦ୍ଧ୍ବ ହେବ।ସେହିପରି ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ପୁରୁଣା ବନଗୁରୁ ଏବଂ ପବ୍ଲିଗୁଡା ମଧ୍ୟରେ ପ୍ରାୟ ୨୯୮ ଏକର ସରକାରୀ ଜମିରେ ଲଗାଯାଇଥିବା ୪ ଲକ୍ଷ ୪୧ ହଜାର ୨୦୦ ଗଛକୁ ନଷ୍ଟ କରାଯାଇଥିଲା।ଏହାର ଆନୁମାନିକ ମୂଲ୍ୟ ୪୪ କୋଟିରୁ ଉର୍ଦ୍ଧ୍ବ ହେବ ବୋଲି କୁହାଯାଇଛି।ଲଗାତାର ଗଂଜେଇ ଗଛକୁ ଟାର୍ଗେଟ କରି ପୁଲିସ ଏହାକୁ ନଷ୍ଟ କରିବାରେ ସଫଳ ହେଉଛି।ମୁଦୁଲିପଡା ଥାନା ଅନ୍ତର୍ଗତ ଗଡ଼ବଗୁଡା ଅଞ୍ଚଳରେ ଲଗାଯାଇଥିବା ୫୮ ଏକର ଜମିରେ ୮୧ ହଜାର ୨୦୦ ଗଛ ନଷ୍ଟ କରାଯାଇଛି।ଏହାର ଆନୁମାନିକ ମୂଲ୍ୟ ୮ କୋଟି ହେବ।ତେବେ ମାଲକାନଗିରି ପୁଲିସ ଲଗାତାର ଗଂଜେଇ ଗଛ ନଷ୍ଟ କରିବାରେ ସଫଳତା ପାଇବାର ଲାଗିଛି।
ସମ୍ବନ୍ଧିତ ଖବର