ବିଲ୍‌ଡରଙ୍କୁ ଗୁଳିମାଡ: ୬ଟି ଖୋକା ଜବତ

ରାଉରକେଲା/ବେଦବ୍ୟାସ: ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାରେ ସହରର ଜଣାଶୁଣା ବିଲ୍‌ଡର ଅନମୋଲ୍‌ ସିଂହଙ୍କୁ ଗୁଳିମାଡ ହୋଇଛି।। ବେଦବ୍ୟାସ ବେଲ୍‌ଡିହି ଛକ ନିକଟରେ ଦୁଇଟି ବାଇକ୍‌ରେ ଚାରି ଯୁବକ ଆସି ଅନ୍‌ମୋଲଙ୍କ କାର୍‌ ଓ ତାଙ୍କ ଉପରକୁ ପ୍ରାୟ ୧୦ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ଅନ୍‌ମୋଲ ଅଳ୍ପକେ ବର୍ତ୍ତି ଯାଇଥିଲାବେଳେ ତାଙ୍କୁ ରକ୍ଷା କରିବାକୁ ଯାଇ ଅଙ୍ଗରକ୍ଷୀ ପିଣ୍ଟୁ କୁମାର ରାଉତ ରାସ୍ତାରେ ପଡ଼ି ଯିବାରୁ ଆହତ ହୋଇଥିଲେ। ଖବର ପାଇ ପ୍ଲାଣ୍ଟସାଇଟ୍‌ ଓ ବ୍ରାହ୍ମଣୀତରଙ୍ଗ ଥାନା ପୁଲିସ ପହଞ୍ଚି ଘଟଣାସ୍ଥଳରୁ ୬ଟି ଖୋକା ଓ ଅନ୍‌ମୋଲ ସିଂହଙ୍କ କାର୍‌କୁ ଜବତ କରିଛି। ଆଜି ଅନ୍‌ମୋଲ ଏ ସଂପର୍କରେ ବ୍ରାହ୍ମଣୀତରଙ୍ଗ ଥାନାରେ ଲିଖିତ ଏତଲା ଦେଇଛନ୍ତି। ବ୍ୟବସାୟିକ ଶତ୍ରୁତା ଅବା ଦାଦାବଟି ଆଦାୟକୁ ନେଇ ଅନ୍‌ମୋଲଙ୍କ ଉପରକୁ ଗୁଳି ଚାଳନା କରିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର