ବୀମାକୁ ନେଇ ୧୨ ଘଣ୍ଟା ଭେଡ଼େନ ବନ୍ଦ

ଭେଡ଼େନ : ଜିଲ୍ଲାରେ ଦେଖାଦେଇଥିବା ଖରିଫ ଫସଲବୀମା ବିଭ୍ରାଟ୍‌କୁ ନେଇ ଆନ୍ଦୋଳନ ଦିନକୁ ଦିନ ତୀବ୍ରତର ହେବାକୁ ଲାଗିଛି। ବୀମା ଦାବିରେ ଗୁରୁବାର ୧୨ ଘଣ୍ଟା ଧରି ଭେଡ଼େନ ବନ୍ଦ ରହିଛି। ବ୍ଲକର ରେଶମ, ଅରେଇଗୁଡି, ଅଏଁଲାପାଲି, ଅର୍ଜୁଣ୍ଡା, ଲୁହାଖଣ୍ଡି, ମହୁଲପାଲି, ସଂକ୍ରିଡା, ତାଲମେଣ୍ଡା ଓ ଭେଡ଼େନ ପଞ୍ଚାୟତର ଚାଷୀମାନେ ପୂର୍ବରୁ ସମବାୟ ସମିତି ତାଲା ବନ୍ଦ ଜାରି ରଖିଛନ୍ତି। ଏହି ଆନ୍ଦୋଳନକୁ ବିଜେଡି, କଂଗ୍ରେସ ଏବଂ ବିଜେପି ସମେତ ଅନ୍ୟ ରାଜନୈତିକ ଦଳ ମଧ୍ୟ ସମର୍ଥନ ଜଣାଇଥିଲେ।

ସମ୍ବନ୍ଧିତ ଖବର