ବୋଇତ ବନ୍ଦାଣ ବେଳେ ଅଘଟଣ: ନଦୀରେ ବୁଡ଼ି ୩ ମୃତ

ରାୟଗଡ଼ା/ ଅମ୍ବାଭୋନା: ପବିତ୍ର କାର୍ତିକ ପୂର୍ଣ୍ଣିମାରେ ରାୟଗଡ଼ା ଜିଲ୍ଲାରେ ଆଜି ବୋଇତ ଭସାଇବାକୁ ଯାଇ ନାଗାବଳୀ ଓ ବଂଶଧାରାରେ ବୁଡ଼ି ୨ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଦୁଇ ଛାତ୍ର ହେଲେ ରାୟଗଡା ସ୍ବଂୟଶାସିତ ମହାବିଦ୍ୟାଳୟରେ ଯୁକ୍ତ ତିନି ବିଜ୍ଞାନର ଛାତ୍ର ସନ୍ତୋଷ ଜେନା (୨୧) ଓ ରାୟଗଡ଼ା ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଅନୁଷ୍ଠାନ (ୟୁଜିଏମଆଇଟି)ରେ ଡିପ୍ଲୋମା ପଢ଼ୁଥିବା ସୁମନ ‌ବେହେରା (୧୭)। ସନ୍ତୋଷଙ୍କ ଘର ଗୁମୁଡ଼ା ନିକଟ ଗୋପାଳପୁର ଗ୍ରାମରେ ଏବଂ ସୁମନଙ୍କ ଘର ମୁନିଗୁଡ଼ାରେ। ଉଭୟଙ୍କ ମୃତଦେହକୁ ପୁଲିସ୍ ଜବତ କରି ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସେହିପରି ବୋଇତ ବନ୍ଦାଣ ବେଳେ ମହାନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଛତିଶଗଡ଼ କାନ୍ଦୁରପାଲିର ରାଜୁ ନିଶାଦ (୧୮)। ରାଜୁ ତାଙ୍କର ୩ ଜଣ ସାଙ୍ଗଙ୍କ ସହିତ ଡଙ୍ଗା ଭସାଇବା ପାଇଁ ମଙ୍ଗଳବାର ସକାଳ ୮ରେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ସୀମାନ୍ତବର୍ତ୍ତୀ ସରିଆ ଥାନା ପୋରଥ ଗ୍ରାମ ନିକଟ ମହାନଦୀ ଘାଟକୁ ଆସିଥିବା ବେଳେ ନଦୀରେ ବୁଡ଼ିଯାଇଥିଲେ।

ସମ୍ବନ୍ଧିତ ଖବର