ଭୁବନେଶ୍ବର,ପୁରୀରେ ଥିବା ସମସ୍ତ ଷ୍ଟେଟ ବ୍ୟାଙ୍କ ଶାଖା ଆସନ୍ତା ୨ ଦିନରେ ସଂପୂର୍ଣ୍ଣ  କାର୍ଯ୍ୟକ୍ଷମ ହେବ

ଭୁବନେଶ୍ୱର: ଓଡ଼ିଶାରେ ଫନି ବାତ୍ୟା ମାଡ଼ ହେବା ପରେ ବନ୍ଦ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ଶାଖାଗୁଡ଼ିକ ମଧ୍ୟରୁ ଅଧିକାଂଶ ଇତି ମଧ୍ୟରେ ଖୋଲିଯାଇଛି ।  ଭୁବନେଶ୍ବର ଓ ପୁରୀରେ ଥିବା ଅବଶିଷ୍ଟ ଶାଖାଗୁଡ଼ିକ ଆସନ୍ତା ଦୁଇ ଦିନ ମଧ୍ୟରେ ଖୋଲିଯିବ ବୋଲି ଏସବିଆଇ ପକ୍ଷରୁ କୁହାଯାଇଛି ।

ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ  ଗ୍ରାହକମାନଙ୍କ ପାଇଁ ସୁବିଧାକୁ ନିଶ୍ଚିତ କରିବା ନିମନ୍ତେ ଏହାର ସମସ୍ତ ଶାଖା ନେଟୱର୍କକୁ ସଚଳ କରିବା ପାଇଁ ବ୍ୟାଙ୍କ ଏବଂ ଏହାର କର୍ମଚାରୀମାନେ କାମ କରୁଛନ୍ତି । ଏସବିଆଇର ସମସ୍ତ ଗ୍ରାହକମାନେ ଜରୁରିକାଳୀନ ଭିତ୍ତିରେ ଖୋଲା ରହିଥିବା ସବୁ ଶାଖାରେ ଜମା, ଉଠାଣ ଏବଂ ଅନ୍ୟାନ୍ୟ ସେବା ଭଳି କାରବାର କରିପାରିବେ ।

ଆହୁରିମଧ୍ୟ, ରାଜ୍ୟରେ ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଲୋକମାନଙ୍କ ନିମନ୍ତେ ଦାନ କରିବା ପାଇଁ ବ୍ୟାଙ୍କ ତରଫରୁ ନାଗରିକମାନଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ଖାତା ଖୋଲାଯାଇଛି । ବ୍ୟକ୍ତିବିଶେଷମାନେ ଖାତା ନାମ: ଓଡ଼ିଶା ସିଏମ୍ ରିଲିଫ୍ ଫଣ୍ଡକୁ ବ୍ୟବହାର କରି କିମ୍ବା ୟୁପିଆଇ ଆଇଡି odishacmrf@sbi ରେ ପାଣ୍ଠି ଦାନ କରିବେ ।

ସମ୍ବନ୍ଧିତ ଖବର