ମହିଳାଙ୍କ ଏକାଦଶ ଗର୍ଭରୁ ଜନ୍ମ ନେଲେ ଯମଜ କନ୍ୟା

ଯଶିପୁର: ମୟୂରଭଂଜ ଜିଲ୍ଲା ଯଶିପୁର ବ୍ଲକ୍ ଶିମିଳିପାଳ ବନାଂଚଳ ଅନ୍ତର୍ଗତ ଦୁର୍ଗମ ଗ୍ରାମ କୁଆଁରିବିଲର ଜଣେ ଗରିବ ଆଦିବାସୀ ମହିଳା ଜିଙ୍ଗି ହେମ୍ବ୍ରମ୍‌ (୩୮ବର୍ଷ)। ଜିଙ୍ଗିଙ୍କ ୧୦ ଜଣ ସନ୍ତାନ ରହିଛନ୍ତି। ଏପରିସ୍ଥଳେ, ତାଙ୍କର ଏକାଦଶ ଗର୍ଭରୁ ଯମଜ କନ୍ୟା ଜନ୍ମ ନେଇଛନ୍ତି। ଗତକାଲି ଗର୍ଭଯନ୍ତ୍ରଣା ହେବାରୁ ଜିଙ୍ଗିଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ପଠାଯାଇଥିଲା। ହେଲେ, ଯାଜପୁର ବ୍ଲକ୍‌ ଅନ୍ତର୍ଗତ ବଡ଼ଚଣା ନିକଟରେ ଆମ୍ବୁଲାନ୍ସ ଭିତରେ ଜିଙ୍ଗି ଦୁଇଜଣ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଏହାପରେ, ଦୁଇ ନବଜାତ ଶିଶୁକନ୍ୟା ସହ ମାଙ୍କୁ କରଂଜିଆ ଡାକ୍ତରଖାନାକୁ ଅଣାଯାଇଛି। ଦୁଇ କନ୍ୟା ଏବେ ସୁସ୍ଥ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର