ମାଓବାଦୀଙ୍କ ବନ୍ଦ ଆଜି

କୋଟଗଡ/ତୁମୁଡିବନ୍ଧ : ଭାରତୀୟ କମୁନିଷ୍ଟ ପାର୍ଟି(ମାଓବାଦୀ) ଓଡ଼ିଶା ରାଜ୍ୟ କମିଟି ତରଫରୁ ଆଜି ୨୪ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଓଡ଼ିଶା ରାଜ୍ୟ ଓ ପୂର୍ବ ଛତିଶଗଡ଼ରେ ଏହି ସଂଗଠନ କାର୍ଯ୍ୟ କରୁଥିବା ବେଳେ ବନ୍ଦ ଡାକରାକୁ ସଫଳ କରିବାକୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛନ୍ତି । ବିସ୍ଥାପନ, ଜଳ-ଜମି-ଜଙ୍ଗଲ, ଇଜ୍ଜତ ଓ ଅଧିକାର ପାଇଁ ସଂଘର୍ଷ କରୁଥିବା ଜନତାଙ୍କ ଉପରେ ପୁଲିସ ଦମନ, ଅପରେସନ ଗ୍ରିନହଣ୍ଟ ଓ ବ୍ରାହ୍ମଣବାଦୀ ହିନ୍ଦୁ ଫାଶିବାଦୀ ଆକ୍ରମଣକୁ ବିରୋଧ କରି ଓଡ଼ିଶା ରାଜ୍ୟ କମିଟି ତରଫରୁ ଓଡ଼ିଶା ଓ ପୂର୍ବ ଛତିଶଡ଼ରେ ଏହି ବନ୍ଦ ଡାକରା ଦିଆଯାଇଥିବା ସୂଚନା ମିଳିଛି । ବନ୍ଦ ଡାକରାକୁ ଆଖି ଆଗରେ ରଖି ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ସମ୍ବନ୍ଧିତ ଖବର