ମାଡି ଆସୁଛି ଫୋନି: ପୁରୀ କୃଷ୍ଣପ୍ରସାଦ ବ୍ଳକ ଉଦୟଗିରି ନିକଟରେ କରିବ ଲ୍ୟାଣ୍ଡଫଲ୍‌ !

ଭୁବନେଶ୍ୱର: ଆମେରିକୀୟ ସଂସ୍ଥା JTWC ରିପୋର୍ଟ ଅନୁସାରେ SRC ପକ୍ଷରୁ ସୂଚନା ମିଳିଛି ଯେ, ବାତ୍ୟା ଫୋନି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ଉଦୟଗିରି ନିକଟରେ ଲ୍ୟାଣ୍ଡଫଲ୍‌ କରିବ । ୩ ତାରିଖ ଅପରାହ୍ନରେ ବାତ୍ୟା ଫୋନି ଲ୍ୟାଣ୍ଡଫଲ୍‌ କରିବାର ସମ୍ଭାବନା ଅଛି, ଏହି ସମୟରେ ପବନର ବେଗ ୧୮୫ ରୁ ୧୯୦ ରହିବ । ଫୋନି ଲ୍ୟାଣ୍ଡଫଲ୍‌ କରିବ ସମୟରେ ସମୁଦ୍ରରରେ ଢେଉର ଉଚ୍ଚତା ୩ ରୁ ୪ ମିଟର ରହିବ । ଲ୍ୟାଣ୍ଡଫଲ୍‌ କରିବା ପରେ ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଯାଜପୁର, ମୟୂରଭଞ୍ଜ ଜିଲ୍ଲା ଦେଇ ପଶ୍ଚିମବଙ୍ଗ ଆଡେ ଗତି କରିବ ବାତ୍ୟା ଫୋନି ।

ସମ୍ବନ୍ଧିତ ଖବର