ମାଲକାନଗିରି: ପୁଲିସ ସୂଚନାଦାତା ସନ୍ଦେହରେ ଜଣକୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି: ଶନିବାର ରାତିରେ ଚିତ୍ରକୋଣ୍ଡା ବ୍ଲକ୍‌ର ରାଲଗେଡ଼ା ପଞ୍ଚାୟତ ଅନ୍ତର୍ଗତ ନୂଆଟେକ୍‌ପଦର ଗ୍ରାମର ସୀତାରାମ ଖିଲଙ୍କୁ ମାଓବାଦୀମାନେ ନୃଶଂସ ଭାବେ ହତ୍ୟା କରିଛନ୍ତି। ସେ ପୁଲିସକୁ ସେମାନଙ୍କର ବିଷୟରେ ସୂଚନା ଦେଉଥିଲା ବୋଲି ମାଓବାଦୀମାନଙ୍କର ସନ୍ଦେହ ହୋଇଥିଲା।

ଗତ ରାତିରେ ୧୫/୨୦ ଜଣ ସରିକି ସଶସ୍ତ୍ର ମାଓବାଦୀ ସୀତାରାମଙ୍କୁ ଘରୁ ବାହାରକୁ ଟାଣି ନେଇ ନିସ୍ତୁକ ମାଡ଼ ଦେଇଥିଲେ। ପରେ ସେମାନେ ସୀତାରାମଙ୍କର ଗଳା କାଟି ତାଙ୍କୁ ହତ୍ୟା କରିଥିଲେ।

ପୁଲିସ କହୁଛି ଯେ, ସୀତାରାମ ପୁଲିସ ଇନ୍‌ଫର୍ମର୍‌ ନୁହେଁ କି, ସେ ଆମକୁ ମାଓବାଦୀଙ୍କ ସଙ୍କ୍ରାନ୍ତରେ କୌଣସି ସୂଚନା ଦେଉ ନ ଥିଲା।

ସମ୍ବନ୍ଧିତ ଖବର