ମୁଖ୍ୟମନ୍ତ୍ରୀ ମୋତେ ୪ ମାସ ସମୟ ଦେଇଛନ୍ତି: ଦାମ

ଭୁବନେଶ୍ବର: ପୂର୍ବତନ ବିଧାୟକ ଓ ସାଂସଦମାନଙ୍କୁ ସରକାରୀ କ୍ବାର୍ଟର୍ସ ଛାଡ଼ିବା ପାଇଁ ନୋଟିସ୍ ଗଲା ପରେ ଏହାକୁ ନେଇ ବୟାନବାଜି ଜାରି ରହିଛି। ଏହି ପ୍ରସଙ୍ଗରେ ଆଜି ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ନିଜ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ନିୟମ ଅନୁଯାୟୀ କ୍ବାର୍ଟର୍ସ ଛାଡ଼ିବା କଥା। ମୋତେ ବି ଏଥି ପାଇଁ ନୋଟିସ୍ ମିଳିଛି। କିନ୍ତୁ ମୁଁ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲି। ମୋ ପତ୍ନୀଙ୍କର ଦେହାନ୍ତ ହୋଇଯାଇଥିବାରୁ ତାଙ୍କ ଅସ୍ଥି ଏଠାରେ ରଖାଯାଇଛି। ତାହାକୁ ଗଙ୍ଗାରେ ବିସର୍ଜନ କରାଯିବା କଥା। କିନ୍ତୁ ଏ ଯାଏ ବିସର୍ଜନ ହୋଇ ନାହିଁ। ତେଣୁ କ୍ବାର୍ଟର୍ସ ଛାଡ଼ିବା ପାଇଁ କିଛି ଦିନ ସମୟ ମାଗିଥିଲି। ଯଦି ଆବଶ୍ୟକ ପଡ଼େ ମୁଁ ବଜାର ଦରରେ ଘରଭଡ଼ା ଦେବି ବୋଲି କହିଥିଲି। ମୁଖ୍ୟମନ୍ତ୍ରୀ ମୋତେ ଆଉ ଚାରି ମାସ ଏଠାରେ ରହିବାକୁ ଅନୁମତି ଦେଇଛନ୍ତି।

ସମ୍ବନ୍ଧିତ ଖବର