ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ଅବସରରେ କୋଣାର୍କ ଠାରେ ମିନି ମାରାଥନ୍‌ ‘କୋଷ୍ଟାଲ୍‌ ରନ୍‌’

କୋଣାର୍କ: ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ଅବସରରେ ରବିବାର ସକାଳେ କୋଣାର୍କର ସୂର୍ଯ୍ୟ ମନ୍ଦିର ସମ୍ମୁଖରୁ ଚନ୍ଦ୍ରଭାଗା ଯାଏଁ ମିନି ମାରାଥନ୍‌ ‘କୋଷ୍ଟାଲ୍‌ ରନ୍‌’ ଆୟୋଜିତ ହୋଇଥିଲା।

ସକାଳ ୬: ୩୦ରେ ଆରମ୍ଭ ହୋଇଥିବା ଏହି ଦୌଡ଼ରେ ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଭାଗ ନେଇଥିଲେ।

ମାରାଥନ୍‌କୁ ଉଦ୍‌ଘାଟନ କରିଥିଲେ ପୁରୀ ଏଡିଏମ୍‌ ବିନୟ କୁମାର ଦାଶ। ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ବଜୟ କୁମାର ଜେନା, କୋଣାର୍କ ପର୍ଯ୍ୟଟନ ଅଧକାରୀ ସରୋଜକାନ୍ତ ପ୍ରଧାନ ଏବଂ ଓଡ଼ିଶା କନ୍‌କ୍ଲେଭ୍‌ ଆରମ୍ଭ କରିଥିବା ଟାଟା ଗ୍ରୁପ୍‌ର ଗୌତମ ମୁଖାର୍ଜୀ ଉଦ୍‌ଘାଟନ ଉତ୍ସବରେ ଯୋଗ ଦେଇଥିଲେ।

ସ୍ଥାନୀୟ ସ୍କୁଲ୍‌, କଲେଜର ଛାତ୍ରଛାତ୍ରୀ, ଯୁବ ସଂଗଠନ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନରୁ ଏହି ଦୌଡ଼ରେ ଭାଗ ନେଇଥିବା ପ୍ରତିଯୋଗୀଙ୍କ ମଧ୍ୟରୁ ମହିଳାଙ୍କ ମଧ୍ୟରୁ ୫ ଜଣ ଏବଂ ପୁରୁଷ ମଧ୍ୟରୁ ୩ ଜଣଙ୍କୁ ପୁରସ୍କୃତ ହୋଇଛନ୍ତି।

ସମ୍ବନ୍ଧିତ ଖବର