ରାଉରକେଲାର ସେକ୍ଟର -୧ ରାସ୍ତାକଡ଼ରୁ ଯୁବକର ଶବ ଉଦ୍ଧାର: ହତ୍ୟା ସନ୍ଦେହ

ରାଉରକେଲା: ସେକ୍ଟର -୧ ଏନଆଇଟି ପାଖ ଗଞ୍ଜାମ ବସ୍ତି ରାସ୍ତାକଡ଼ରୁ ଯୁବକଙ୍କ ଶବ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ହେଲେ ଲିଟୁନ ନାୟକ (୩୨)l ମୃତ ଦେହରେ କ୍ଷତ ଚିହ୍ନ ଥିବାରୁ କେହି ହତ୍ୟା କରି ଫିଙ୍ଗି ଦେଇ ଥାଇପରେ ବୋଲି ସନ୍ଦେହ କରାଯାଉଛି।

ସେକ୍ଟର – ୩ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି। ମିଳିଥିବା ସୂଚନା ମୁତାବକ ଲିଟୁନ ଏନଆଇଟିରେ ତାଙ୍କ ବଡ଼ ଭାଇଙ୍କ କ୍ୱାର୍ଟରରେ ପରିବାର ସହ ରହନ୍ତି।  ଝାରସୁଗୁଡ଼ାର ଏକ ଘରୋଇ କମ୍ପାନିରେ କାମ କରନ୍ତି। ଗତ ଦୁଇ ସପ୍ତାହ ତଳେ ରାଉରକେଲା ଆସିଥିଲେ। ଗତକାଲି ଅପରାହ୍ନ ୧ଟାରୁ ଘରୁ ବାହାରି ଯାଇ ଫେରି ନ ଥିଲେ l ଆଜି ସକାଳେ ଲିଟୁନ ଶବ ରାସ୍ତାକଡ଼ରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇ ଥିଲେ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଲିଟୁନକୁ ହତ୍ୟା କରାଯାଇଛି କି ନା ତାହା ଜଣାପଡ଼ିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର