ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୩୫୨୦ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୫୯

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ମହାମାରୀରୁ ୩୫୨୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ୫୫୯ ଜଣ ଅଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୦୦ରେ ପହଂଚିଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଜଗତସିଂହପୁର ଜିଲ୍ଲାରୁ ୩୯୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାଜପୁରରୁ ୩୩୬, କଟକରୁ ୨୬୮, ବାଲେଶ୍ୱରରୁ ୨୬୧, ଭଦ୍ରକରୁ ୧୮୩, ପୁରୀରୁ ୧୭୫, ମୟୂରଭଂଜରୁ ୧୬୫, ନୟାଗଡ଼ରୁ ୧୩୧, କେନ୍ଦାପଡ଼ାରୁ ୧୧୬ ଓ ଅନୁଗୁଳରୁ ୧୦୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

କୋରାପୁଟରୁ ୭୫, ଢେଙ୍କାନାଳରୁ ୬୯, ନବରଂଗପୁରରୁ ୬୮, କେନ୍ଦୁଝରରୁ ୬୦, ବୌଦ୍ଧରୁ ୫୯, ରାୟଗଡ଼ାରୁ ୫୭, ବରଗଡ଼ରୁ ୪୬, ମାଲକାନଗିରିରୁ ୪୩, କଳାହାଣ୍ଡିରୁ ୩୯, ସୁନ୍ଦରଗଡ଼ରୁ ୩୯, କନ୍ଧମାଳରୁ ୩୭, ବଲାଙ୍ଗୀରରୁ ୩୦, ସମ୍ବଲପୁରରୁ ୨୭, ଗଜପତିରୁ ୨୪, ସୁବର୍ଣ୍ଣପୁରରୁ ୧୯, ଗଂଜାମରୁ ୧୮, ଦେବଗଡ଼, ଝାରସୁଗୁଡ଼ାରୁ ୧୦ ଜଣ ଲେଖାଏଁ ଓ ରାଜ୍ୟପୁଲରୁ ୮୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧିତ ଖବର