ରାଜ୍ୟର ଅର୍ଧ ନ୍ୟାୟିକ ବ୍ୟବସ୍ଥା ଗୁରୁତ୍ବ ହରାଇଛି

ବିଜେଡି କବ୍‌ଜାରେ ଶିଶୁ ଅଧିକାର ଓ ମହିଳା ଆୟୋଗ: କ˚ଗ୍ରେସ, ଆୟୋଗ ସଭ୍ୟ ସଭ୍ୟାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ବର: ରାଜ୍ୟର ଅର୍ଧ ନ୍ୟାୟିକ ବ୍ୟବସ୍ଥା ଆଜି ବିଜୁ ଜନତା ଦଳର କବଳରେ ରହି ତା’ର ସାମ୍ବିଧାନିକ ଗୁରୁତ୍ବ ଏବ˚ ମହତ୍ବ ହରାଇଛି। ରାଜ୍ୟର କାର୍ଯ୍ୟରତ ଅନେକ ଅର୍ଧ ନ୍ୟାୟିକ ସ˚ସ୍ଥାଗୁଡିକୁ ବିଜେଡି ସରକାର କେବଳ ଦଳୀୟ ଥଇଥାନର କେନ୍ଦ୍ର କରି ନାହାନ୍ତି, ଏହି ସ˚ସ୍ଥାଗୁଡିକୁ ସ˚ପୂର୍ଣ୍ଣ ଧରାଶାୟୀ କରିବାର ଚକ୍ରାନ୍ତ କରିଛନ୍ତି। ଏହାର ଜ୍ବଳନ୍ତ ଉଦାହରଣ ହେଉଛି ଓଡିଶା ରାଜ୍ୟ ଶିଶୁ ଅଧିକାର ଆୟୋଗ ଏବ˚ ରାଜ୍ୟ ମହିଳା ଆୟୋଗ। ଏହି ଦୁଇ ସ˚ସ୍ଥାରେ ନିୟୋଜିତ ହୋଇଥିବା ସମସ୍ତ ସଭ୍ୟା କେବଳ ଦଳୀୟ ଭିତ୍ତିରେ ନିଯୁକ୍ତି ପାଇନାହାନ୍ତି, ସେମାନେ ନିଯୁକ୍ତି ପାଇବା ପରେ ମଧ୍ୟ ଦଳୀୟ ପଦ ପଦବୀରେ ନିଯୁକ୍ତି ପାଇଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ।

ଆଜି କ˚ଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ବିଭାଗ ମୁଖ୍ୟ ସତ୍ୟପ୍ରକାଶ ନାୟକ ତଥ୍ୟ ଓ ପ୍ରମାଣ ସହିତ ଏଭଳି ସଙ୍ଗିନ ଅଭିଯୋଗ ବାଢ଼ିଛନ୍ତି। ସେ କହିଛନ୍ତି, ରାଜ୍ୟର ଅର୍ଧ ନ୍ୟାୟିକ ବ୍ୟବସ୍ଥା ସ˚ପୂର୍ଣ୍ଣ ରୂପେ ବିଜେଡି କର୍ମକର୍ତାଙ୍କ ଥଇଥାନ କେନ୍ଦ୍ର ପାଲଟିଛି। ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ(ଓଏସ୍‌ପିସିଆର)ରେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏକ ବିଜ୍ଞପ୍ତି ଜରିଆରେ ଗୀତାଞ୍ଜଳି ବସ୍ତିଆ, ମନ୍ଦାକିନୀ କର ଓ ନିବେଦିତା ନାୟକଙ୍କୁ ସଭ୍ୟା ଭାବରେ ନିଯୁକ୍ତି କରିଥିଲେ। ଏମାନେ ଅର୍ଧ ନ୍ୟାୟିକ ବ୍ୟବସ୍ଥାରେ ନିଯୁକ୍ତି ପାଇବା ପରେ ପୁନର୍ବାର ଦଳୀୟ ପଦ ପଦବିରେ ରହିବା ନିଷିଦ୍ଧ ଏବ˚ ଏହା ସମ୍ବିଧାନ ବିରୋଧୀ। କଂଗ୍ରେସ ମୁଖପାତ୍ରମାନେ କହିଛନ୍ତି, ରାଜ୍ୟ ମହିଳା କମିସନଙ୍କ ସଭ୍ୟ ଓ ସଭ୍ୟାମାନେ ଦଳୀୟ କାର୍ଯ୍ୟକ୍ରମର ଊର୍ଦ୍ଧ୍ବରେ ରହିବା ଆବଶ୍ୟକ। ମାତ୍ର ଏହାକୁ ବେଖାତିର କରି ବିଜେଡି ଦଳର ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମରେ ସେମାନେ ଯୋଗ ଦେଉଛନ୍ତି। ଜଣେ ସରକାରୀ କର୍ମଚାରୀ ସିଧାସଳଖ ଭାବରେ ଦଳୀୟ ପଦପଦବି ନେବା ଆଇନ୍‌ ବିରୁଦ୍ଧ ଦର୍ଶାଇ ମୁଖପାତ୍ର ନିଶିକାନ୍ତ ମିଶ୍ର ସରକାରଙ୍କୁ ସମାଲୋଚନା କରିଥିଲେ। ତୁରନ୍ତ ସ˚ପୃକ୍ତ ବ୍ୟକ୍ତି ବିଶେଷଙ୍କଠାରୁ ଲାଭଦାୟକ ପଦପଦବିରେ ଥାଇ ସାଧାରଣ ଟିକସଦାତାଙ୍କ ଅର୍ଥରୁ ନେଇଥିବା ଦରମା, ମହଙ୍ଗାଭତ୍ତା ଇତ୍ୟାଦି ଅସୁଲ କରାଯିବା ସହ ଏମାନଙ୍କ ବିରୁଦ୍ଧରେ ଦୃଢ଼ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ସେମାନଙ୍କୁ ନିଜ ନିଜ ପଦରୁ ବହିଷ୍କାର କରିବାକୁ ଶ୍ରୀ ମିଶ୍ର ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ପ୍ରଶାନ୍ତ ଶତପଥୀ, ସୁଦର୍ଶନ ଦାସ, ଦୀପକ ମହାପାତ୍ର ଓ ଓମ୍‌ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର