ଶପଥ ଗ୍ରହଣ ଉତ୍ସବର ବିଶିଷ୍ଟ ବ୍ୟକ୍ତି

ପ୍ରଦର୍ଶନୀ ପଡ଼ିଆରେ ଶପଥ ଗ୍ରହଣ ପାଇଁ ମଞ୍ଚ ପ୍ରସ୍ତୁତ, ସୁରକ୍ଷା ଯାଞ୍ଚ

ଭୁବନେଶ୍ବର: ବୁଧବାର ଦିନ ସକାଳ ୧୦ଟା ୩୦ରେ ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଶ୍ରୀ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶପଥ ପାଠ କରାଇବେ। ଏହି ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବିଶିଷ୍ଟ ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କର, ଓଡ଼ିଶୀ ନୃତ୍ୟଶିଳ୍ପୀ ପ୍ରିୟମ୍ବଦା ମହାନ୍ତି, ଶିଳ୍ପପତି କୁମାର ମଙ୍ଗଳମ୍ ବିର୍ଲା, ନବୀନ ଜିନ୍ଦଲ, ଆଇଟିସି ଅଧ୍ୟକ୍ଷ ସଞ୍ଜୀବ ପୁରୀ, ଟାଟା ଷ୍ଟିଲ୍‌ ପରିଚାଳନା ନିର୍ଦ୍ଦେଶକ ଟି ଭି ନରେନ୍ଦ୍ରନ୍, ଟେକ୍ ମହିନ୍ଦ୍ରା ପରିଚାଳନା ନିର୍ଦ୍ଦେଶକ ସି ପି ଗୁରନାନୀ, ମାଇଣ୍ଡ୍‌ ଟ୍ରିର ଅଧ୍ୟକ୍ଷ କେ କେ ନଟରାଜନ୍, ଓସିଏଲ୍‌ର ପୁନିତ ଡାଲିମିଆ, ଆପୋଲୋ ଗ୍ରୁପ୍‌ର ସଙ୍ଗୀତା ରେଡ୍ଡି, ରାମ୍‌କୋ ଗ୍ରୁପ୍‌ର ପି ଭି ‌େଭଙ୍କଟ ରାମରାଜା, ବିଶିଷ୍ଟ ହୃଦରୋଗ ବି‌େଶଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା, ଡାକ୍ତର ଟି ପି ଦାସ ଓ ଡାକ୍ତର ସୁବ୍ରତ ଆଚାର୍ଯ୍ୟ ଏହି ଉତ୍ସବରେ ଯୋଗ ଦେବେ।

ସମ୍ବନ୍ଧିତ ଖବର