ହିଞ୍ଜିଳିକାଟୁ: ସିସୋର ଚିଟଫଣ୍ଡ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାଶ ମଙ୍ଗଳବାର ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରେମ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଜେଏମ୍ଏଫସି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ ପରେ ତାଙ୍କୁ ୩୦ ହଜାର ଟଙ୍କା ଲେଖାଏଁ ୨ ଜାମିନଦାରଙ୍କ ବଦଳରେ ଜାମିନ ମିଳିଛି। ହାଇକୋର୍ଟଙ୍କ ସର୍ତ୍ତ ଅନୁଯାୟୀ କୌଣସି ସାକ୍ଷୀଙ୍କୁ ଧମକ ନ ଦେବା ଏବଂ କୋର୍ଟଙ୍କ ନିର୍ଦ୍ଧାରିତ ତାରିଖରେ ହାଜର ହେବା ସର୍ତ୍ତରେ ଆଜି ତାଙ୍କୁ ଜାମିନରେ ଛାଡ଼ିଛନ୍ତି। କୌଣସି କାରଣରୁ କୋର୍ଟରେ ହାଜର ହୋଇ ନ ପାରିଲେ ଏ ନେଇ ଆଗୁଆ ଅବଗତ କରିବାକୁ ନିର୍ଦ୍ଦେଶରେ କୁହାଯାଇଛି।
ସିସୋର ଠକେଇ: ଆତ୍ମସମର୍ପଣ ପରେ ପ୍ରଶାନ୍ତ ଦାଶଙ୍କୁ ଜାମିନ
/sambad/media/post_attachments/wp-content/uploads/2018/01/Prashant-Dash_Seashore.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)