ହାଡକୋର ମାଓବାଦୀଙ୍କ ସହ ସମ୍ପୃକ୍ତି ଦର୍ଶାଇ ଜଣକୁ ଗିରଫ

ପାଟଣାଗଡ଼: ମାଓବାଦୀ ମାନଙ୍କୁ ସହ ସମ୍ପୃକ୍ତ ରହି ବିଭିନ୍ନ ମାଓ କାର୍ଯ୍ୟରେ ଲିପ୍ତ ଥିବା ଦର୍ଶାଇ ପୁଲିସ ଜହଲବାହାଲ ଗ୍ରାମର ଦୁର୍ଯ୍ୟୋଧନ ବରିହା(୪୦)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

ପୁଲିସର କହିବା ଅନୁଯାୟୀ, ଲାଠୋର ଥାନା ଅନ୍ତର୍ଗତ ଜାଲବାହାଲ ଗ୍ରାମର ଦୁର୍ଯ୍ୟୋଧନ ବରିହା(୪୦) ବଲାଙ୍ଗୀର-ବରଗଡ-ମହାସମୁନ୍ଦ (ଛତିଶଗଡ଼) ଡିଭିଜନ ମାଓ ସଂଙ୍ଗଠନର ସଦସ୍ୟ ମାନଙ୍କ ସହ ସମ୍ପର୍କ ରକ୍ଷା କରୁଥିବା ନେଇ ଗୁଇନ୍ଦା ବିଭାଗରରୁ ପୁଲିସ ସୂଚନା ପାଇଥିଲାା ମାଓ ମାନଙ୍କ ସମର୍ଥନରେ ଦୁର୍ଯ୍ୟୋଧନ ରହିଥିବା ବେଳେ ୨୦୧୩ ମସିହା ଠାରୁ କଳାହାଣ୍ଡି ଜିଲ୍ଲା ଲାଠୋର ଥାନାର ଅନ୍ତର୍ଗତ ବେନ୍ଦେର, ଚାନ୍ଦେଲ, ଏବଂ ଗନ୍ଧମାର୍ଦ୍ଦନ ପାହାଡରେ ରହୁଥିବା ମାଓ ମାନଙ୍କୁ ରାସନ ସାମଗ୍ରୀ, ଓଷେଧ, ଆଶ୍ରୟ ତଥା ଚିକିତ୍ସା ସୁବିଧା ଯୋଗାଉଥିଲେ । ଉକ୍ତ ମାଓ ସଂଗଠନ ବିବିଏମ ଡିଭିଜନ ମୁଖ୍ୟ ବିକାଶ ଓରଫ ସୁଦର୍ଶନଙ୍କୁ ବିଭିନ୍ନ ସାମଗ୍ରୀ ତଥା ଅର୍ଥ ଯୋଗଉଥିଲେ । ଏହା ସହିତ ୨୦୧୯ରେ ତ୍ରିଲୋଚନ ତରିଆ ହତ୍ୟା କାଣ୍ଡ ସହ ମାଓବାଦୀ ମାନଙ୍କ ସହ ମିଶି ହିଂସା କାର୍ଯ୍ୟ ଲିପ୍ତ ଥିଲେ ।

ଗତ ବର୍ଷ ଲାଠୋର ଥାନା ପୁଲିସ କେସ ନଂ ୪୦/୨୦ରେ ଶୀତ ରୁତୁରେ ପୁଲିସ ଓ ମାଓ ମାନଙ୍କ ମଧ୍ୟରେ ଗୁଳି ବିନିମୟରେ ଆହତ ହୋଇଥିବା ରମେଶ ନାମକ ଜଣେ ମାଓବାଦୀଙ୍କୁ ଆଶ୍ରୟ ଦେବା ସହ ଓଷେଧ ମଧ୍ୟ ଯୋଗାଇ ଦେଇଥିବା ଗୁଇନ୍ଦା ବିଭାଗ ପକ୍ଷରୁ ପୁଲିସ ସୂଚନା ପାଇଥିଲାା ଗୁଇନ୍ଦାର ଖବର ପାଇ ପାଟଣାଗଡ଼ ଓ ଲାଠୋର ପୁଲିସ ଚଢଉ କରିଥିଲାା ଚଢଉ ସମୟରେ ଦୁର୍ଯ୍ୟୋଧନ ଘରୁ ବହୁ ବୁଲେଟ, ମାଓ ପୋଷ୍ଟର ବେନର ଜବ କରା ଯାଇଥିବା ଜଣାପଡିଛି । ବୁଧବାର ସନ୍ଧ୍ୟାରେ ଲାଠୋର ପୁଲିସ ଗିରଫ କରି କୋର୍ଟ ଚାଲାଣ କରା ଯାଇଥିବା ନେଇ ପାଟଣାଗଡ଼ ଏସଡିପିଓ ଜ୍ୟୋର୍ତିମୟ ଭୁକ୍ତା କହିଛନ୍ତି ।

ସମ୍ବନ୍ଧିତ ଖବର