କଟକ: ଏଥର ଭର୍ଚୁଆଲରେ ହେବ ଧବଳେଶ୍ୱରଙ୍କ ଦର୍ଶନ ବ୍ୟବସ୍ଥା। ଏବର୍ଷ ପଞ୍ଚୁକରେ ଝୁଲାପୋଲ ନିକଟରେ ବଡ଼ ଏଲ୍ଇଡି ଟିଭିର ବ୍ୟବସ୍ଥା କରାଯିବ। ଝୁଲାପୋଲ ନିକଟରେ ଶ୍ରଦ୍ଧାଳୁମାନେ ଏଲ୍ଇଡି ଟିଭିରେ ଧବଳେଶ୍ବରଙ୍କୁ ଦର୍ଶନ କରିବେ। ଗଜ ଭୋଗ ଓ ଅନ୍ୟାନ୍ୟ ଶୁଖିଲା ଭୋଗ ଝୁଲା ପୋଲ ନିକଟରେ ମିଳିବ। ଧବଳେଶ୍ୱରରେ ବୈଠକ ପରେ କଟକ ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି। ଦୁର୍ବଳ ଝୁଲା ପୋଲ ପାଇଁ ଧବଳେଶ୍ୱରରେ ୧୪୪ ଜାରି ହୋଇଛି। ୧୪୪ ପାଇଁ ଦର୍ଶନରୁ ବଞ୍ଚିତ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଜିଲ୍ଲାପାଳ ଗଣାମାଧ୍ୟମରେ ତାଙ୍କର ବୟାନ ଦେଇ କହିଛନ୍ତି, ‘ଚର୍ମ ଚକ୍ଷୁରେ ଦର୍ଶନ ନକଲେ ମଧ୍ୟ ଭର୍ଚୁଆଲ ମୋଡରେ ଝୁଲାପୋଲ ପାଖରୁ ଦର୍ଶନ କରିବେ ଶ୍ରଦ୍ଧାଳୁ। ଝୁଲାପୋଲ ପାଖରେ ଧବଳେଶ୍ଵରଙ୍କ ଅସ୍ଥାୟୀ ପ୍ରତିମା କରାଯିବା ସହ ଏଲିଡି ମାଧ୍ୟମରେ ମନ୍ଦିରର ସମସ୍ତ ପୂଜାର୍ଚ୍ଚନା ଦେଖିବେ ଶ୍ରଦ୍ଧାଳୁ। କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଆଜି ଧବଳେଶ୍ଵର ପୀଠ ପରିଦର୍ଶନ କରି ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରି ଏହି ନିଷ୍ପତ୍ତି ନେଇଛନ୍ତି। ଗୁଜୁରାଟର ମୋର୍ବୀଠାରେ ଝୁଲା ପୋଲ ଦୁର୍ଘଟଣାଗ୍ରସ୍ତ ହେବା ପରେ ଧବଳେଶ୍ଵରଙ୍କ ଝୁଲାପୋଲର ସ୍ଥିତି ଅନୁଧ୍ୟାନ କରିଥିଲେ ବିଶେଷଜ୍ଞ ଦଳ। ଝୁଲାପୋଲ ଅସୁରକ୍ଷିତ ହୋଇଥିବାରୁ ପଞ୍ଚକ ଓ ବଡ଼ଓଷା ପ୍ରଶାସନ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ୧୪୪ଧାରା ଜାରି କରାଯାଇଛି। ପଞ୍ଚକରେ ଶ୍ରଦ୍ଧାଳୁ ମାନେ ଭର୍ଚୁଆଲରେ ଦର୍ଶନ କରିପାରିବେ।’ ଜିଲ୍ଲାପାଳଙ୍କ ସହ ଆଠଗଡ଼ର ସମସ୍ତ ବିଭାଗୀୟ ଅଧିକାରୀ ବି ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/Untitled-7.jpg)