୮ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ପୁଲିସ ନିକଟରେ ଆଜି ୮ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲା ପୁଲିସ ଅଧିକାରୀ ଏବଂ ସିଆରପିଏଫ ଅଧିକାରୀଙ୍କ ଉପସ୍ଥିତିରେ ଏହି ନକ୍ସଲମାନେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରୁ ବେଟ୍ଟି ପାଲୀ ଏବଂ କୋୟରାମ ସାମ୍ମିଙ୍କ ନାମରେ ସରକାର ୮ ଲକ୍ଷ ଲେଖାଏଁ ପୁରସ୍କାର ରାଶି ଘୋଷିତ କରିଥିଲେ। ପଡିଆମି ପିକୁ ଏବଂ ରାବା ଭୀମ ନାମରେ ସରକାର ୧ ଲକ୍ଷ ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଥିଲେ। ସେହିପରି ସରକାରଙ୍କ ଆତ୍ମନିର୍ଭରଶୀଳ ନୀତିରେ ପ୍ରଭାବିତ ହୋଇ ଆହୁରି ଚାରି ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇ ଜଣ ମହିଳା ରହିଛନ୍ତି। ସଂଗଠନରେ ଚାଲିଥିବା ଅତ୍ୟାଚାର ଦିନକୁ ଦିନ ବଢୁଥିବା ବେଳେ ସେମାନେ ବାଧ୍ୟହୋଇ ଆତ୍ମସମର୍ପଣ କରିବା ସହିତ ସମାଜର ମୁଖ୍ୟସ୍ରୋତରେ ସାମିଲ୍‌ ହେବା ପାଇଁ ଇଚ୍ଛାପ୍ରକଟ କରିଥିବା ନକ୍ସଲମାନେ ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧିତ ଖବର