୮୫ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ

ବୈପାରିଗୁଡା: ବେଆଇନ ଦେଶୀ ମଦ ବିକ୍ରି କରୁଥିବା ନେଇ ଖବର ପାଇବା ପରେ ବୈପାରିଗୁଡା ପୁଲିସ, ତହସିଲଦାର ଏବଂ ଅବକାରୀ ବିଭାଗ ମିଳିତ ଭାବେ ଚଢ଼ଉ କରି ୮୫ ଲିଟର ଦେଶୀ ମଦ ସହ ଜଣକୁ ଗିରଫ କରିଛନ୍ତି।

କୌଣସି ସୂତ୍ରରୁ ପୁଲିସ ଖବର ପାଇ ବୈପାରିଗୁଡା ଥାନା ଏସ୍ଆଇ ଅସିତ କୁମାର ବଳବନ୍ତରାୟ, ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ ଏବଂ ଅବକାରୀ ବିଭାଗ ପକ୍ଷରୁ ରଶ୍ମି ରଞ୍ଜନ ନାୟକଙ୍କୁ ଜଣାଇଥିଲେ। ବୈପାରିଗୁଡା ଠାରୁ ପ୍ରାୟ ତିନି କିଲୋମିଟର ଦୂର ଜଙ୍ଗଲ ଭିତରେ ରହିଥିବା ମାଲାଗୁଡାର ସହଦେବ ଖରାଙ୍କ ଘର ଉପରେ ଚଢ଼ାଉ କରିବା ସହ ୮୫ ଲିଟର ଦେଶୀ ମଦ ଜବତ କରିଥିଲେ। ସହଦେବ ବେଆଇନ ଭାବେ ମଦ ବିକ୍ରି କରୁଥିବା ଅଭିଯୋଗରେ ଗିରଫ କରାଯାଇ ୭୮/୨୧ ନଂ କେଶ୍ ଦାଏର ରେ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ବୈପାରିଗୁଡା ଥାନା ଏସ୍ଆଇ ଅସିତ କୁମାର ବଳବନ୍ତରାୟ, ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ ଏବଂ ଅବକାରୀ ବିଭାଗ ପକ୍ଷରୁ ରଶ୍ମି ରଞ୍ଜନ ନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର