ଭୁବନେଶ୍ବର: ଓଡ଼ିଶାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିସନର ମାନଙ୍କୁ ଚିଠି ଲେଖିଛନ୍ତି।

Advertisment

ଏହି ଚିଠିରେ ରାଜ୍ୟ ସରକାର ଉ‌ଲ୍ଲେଖ କରିଛନ୍ତି କି, ଏଣିକି ‌କୋଭିଡ ପାଇଁ ଘରୋଇ ହସ୍ପିଟାଲରେ ୫୦ପ୍ରତିଶତ ବେଡ୍‌ ସଂରକ୍ଷିତ ରହିବ। ତେବେ ୩୦ରୁ ଅଧିକ ବେଡ ଥିବା ହସ୍ପିଟାଲରେ ଏହି ନିୟମ ଲାଗୁ କରାଯିବ।

ସେହିପରି ଘରୋଇ ହସ୍ପିଟାଲଗୁଡ଼ିକରେ କୋଭିଡ୍ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ୫୦ପ୍ରତିଶତ ଆଇସିୟୁ/ ଏଚଡିୟୁ ସଂରକ୍ଷିତ ରହିବ। ଯଦି ଆବଶ୍ୟକ ପଡ଼େ ତେବେ ହସ୍ପିଟାଲରେ ୧୦୦ ପ୍ରତିଶତ ବେଡକୁ ମଧ୍ୟ ସଂରକ୍ଷିତ ରଖାଯିବାର ବ୍ୟବସ୍ଥା କରାଯାଇଛି।

ଏଥିସହିତ କୋଭିଡ ଚିକିତ୍ସା ପାଇଁ ବି ସରକାର ଫି’ ନିର୍ଦ୍ଧାରଣ କରିଛନ୍ତି। ଘରୋଇ ହସ୍ପିଟାଲରେ କୋଭିଡ ରୋଗୀଙ୍କ ପାଇଁ ଦେୟ ଜେନେରାଲ ବେଡ ପାଇଁ ଦୈନିକ ୧୨ଶହ ଟଙ୍କା, ଖାଦ୍ୟ ଓ ଔଷଧ ପାଇଁ ୧୭୫୦ ଟଙ୍କା ରହିଛି। ସେହିପରି ଆଇସିୟୁରେ ରହିଲେ ଦୈନିକ ୨୦୦୦ରୁ ୫୦୦୦ ଟଙ୍କା ମଧ୍ୟରେ ଦେୟ ଦେବାକୁ ପଡ଼ିବ। ଆଇସିୟୁରେ ଦୈନିକ ଔଷଧ ଓ ଆନୁଷଙ୍ଗିକ ଖର୍ଚ୍ଚ ସର୍ବମୋଟ ୮ ହଜାର ଓ ୧୨ ହଜାର ରହିଥିବା ବେଳେ ଭେଣ୍ଟିଲେଟର ସହ ଆଇସିୟୁରେ ରହିଲେ  ଦିନକୁ ୨ ହଜାର ଟଙ୍କାରୁ ୫ ହଜାର ଟଙ୍କା ମଧ୍ୟରେ ଦେୟ ଦେବାକୁ ପଡ଼ିବ ଓ ଅନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ୧୦,୦୦ରୁ ୧୫,୦୦୦ ହେବ।