ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରାପଡ଼ିଲେ ୩ ଜିଏସଟି ଓ କେନ୍ଦ୍ରୀୟ ଅବକାରୀ ଅଧୀକ୍ଷକ

ଭୁବନେଶ୍ବର: ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରାପଡ଼ିଛନ୍ତି ଜିଏସଟି ଓ କେନ୍ଦ୍ରୀୟ ଅବକାରୀ ବିଭାଗର ୩ ଅଧୀକ୍ଷକ। ସିବିଆଇ ପକ୍ଷରୁ ଜାରି ସୂଚନା ଅନୁସାରେ ଜିଏସଟିରେ ଜାଲିଆତି ପାଇଁ ରାଜଧାନୀ ଭୁବନେଶ୍ବରର ଏକ ହୋଟେଲରେ ଲାଞ୍ଚ ଦିଆନିଆ ଚାଲିଥିବା ବେଳେ ସେମାନଙ୍କୁ ଗିରଫ କରିଛି ସିବିଆଇ । ଭୁବନେଶ୍ବରର ରାମମନ୍ଦିର ନିକଟରେ ଥିବା ଏକ ହୋଟେଲରୁ ୩ ଜଣଙ୍କୁ ଗିରଫ କରାଯାଇଛି। କର ଠକେଇ ଲାଗି ଜିଏସଟି ଓ କେନ୍ଦ୍ରୀୟ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ ଲାଞ୍ଚ ନେଉଥିଲେ । ଧରାପଡ଼ିଥିବା ୩ ଅଧୀକ୍ଷକ ହେଲେ ଆର୍ତ୍ତଭଞ୍ଜନ କର, ପ୍ରଦୀପ କୁମାର ଆଚାର୍ଯ୍ୟ ଏବଂ ଏନ.ଏନ ସାହୁ। ଏମାନଙ୍କ ବ୍ୟତୀତ ଲାଞ୍ଚ ଦେଉଥିବା ବ୍ୟକ୍ତି ଆଶୁତୋଷ ପାଢ଼ୀଙ୍କୁ ମଧ୍ୟ ଗିରଫ କରାଯାଇଛି।

Wanted criminal arrested, 2 constables injured - Mangalorean.com
Mangalorean.com

ସୂଚନା ମୁତାବକ, ଏକ ଘରୋଇ ଶିକ୍ଷାନୁଷ୍ଠାନର ଏକ ଜିଏସଟି ମାମଲାର ରଫାଦଫା କରିବା ପାଇଁ ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ହେଉଥିବା ସୂଚନା ସିବିଆଇକୁ ମିଳିଥିଲା। ଏହା ଆଧାରରେ ସିବିଆଇ ଉକ୍ତ ହୋଟେଲକୁ ଯାଇଥିଲା । ଶିକ୍ଷାନୁଷ୍ଠାନର କର୍ମଚାରୀ ଅଧୀକ୍ଷକଙ୍କୁ ଲାଞ୍ଚ ଅର୍ଥ ଦେବା ବେଳେ ଧରିଥିଲା ସିବିଆଇଟିମ୍। ଅଧିକ ତଥ୍ୟ ପାଇଁ ସିବିଆଇ ଗିରଫ ଅଧୀକ୍ଷକଙ୍କୁ ପଚରାଉଚରା ଜାରି ରଖିଛି। ସିବିଆଇର ଏକ ୬ ଜଣିଆ ଟିମ ହୋଟେଲ ପରିସରରେ ତାଙ୍କୁ ଜେରା କରୁଛି । ପୂର୍ବରୁ ଜିଏସଟି ଠକେଇ ଧରିବା ଲାଗି ସିବିଆଇ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିଲା । ଏଥିରେ ୫୦ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୨୦ କୋଟି ଟଙ୍କାର ଠକେଇ ମାମଲା ସାମ୍ନାକୁ ଆସିଥିଲା।

ସମ୍ବନ୍ଧିତ ଖବର