ଲକଡାଉନ ବେଳେ ୯୫ବର୍ଷୀୟା ମା’ଙ୍କୁ ଟ୍ରଲିରେ ଡାକ୍ତରଖାନାକୁ ଆଣିଲେ ପୁଅ

ଭଦ୍ରକ: ଲକଡାଉନ ସମୟ । ମା’ଙ୍କ ବୟସ ୯୫ ହେଲାଣି । ହଠାତ ମାଆଙ୍କ ଦେହ ଅସୁସ୍ଥ ହେଲା । ମେଡିକାଲ ଆଣିବା ପାଇଁ କୌଣସି ଗାଡ଼ି ମିଳିଲାନି । ନିଜେ ନିରକ୍ଷର ହୋଇଥିବାରୁ ଜରୁରୀକାଳୀନ ସହାୟତା କେନ୍ଦ୍ର କିମ୍ବା ଆମୁଲାନ୍ସ ସହ ଯୋଗାଯୋଗ କରିପାରିଲେ ନାହିଁ । ଶେଷରେ ବାଧ୍ୟ ହୋଇ ଟ୍ରଲିରେ ମାଆଙ୍କୁ ବସାଇ ମେଡିକାଲ ଆଣିଲେ । ଏ ହେଉଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଗୁମୁଗଡ଼ ଅଞ୍ଚଳର ସୁନନ୍ଦ ବେହେରା । ପେଷାରେ ଦିନ ମଜୁରିଆ । ବେଳେ ବେଳେ ଟ୍ରଲି ଟାଣି ପରିବାର ପୋଷଣ କରନ୍ତି ।

କରୋନାର କଟକଣା ପାଇଁ ଧାମନଗର ଅଞ୍ଚଳରେ ଲକଡାଉନ କଟକଣା ଜାରି ରହିଛି। ଦୋକାନ ବଜାର ବନ୍ଦ , ରାସ୍ତାଘାଟ ଶୁନଶାନ୍ । ସୁନନ୍ଦଙ୍କ ମା’ଙ୍କ ଦେହ ଖରାପ ହେଲା । ଆଣ୍ଠୁଗଣ୍ଠିରେ କଷ୍ଟ ଅନୁଭବ କଲେ । ଗାଁର ଗାଡ଼ି ମଧ୍ୟ ଆସିବା ପାଇଁ ମନା କଲେ । ସୁନନ୍ଦ ନିରକ୍ଷର ହୋଇଥିବାରୁ ଆମ୍ବୁଲାନ୍ସ କିମ୍ବା ଜରୁରୀକାଳୀନ ସହାୟତା କେନ୍ଦ୍ର ସହ ଯୋଗାଯୋଗ କରିପାରିଲେ ନାହିଁ । ଶେଷରେ ଟ୍ରଲିରେ ମା’ଙ୍କୁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଲେ ।

ସେଠାରେ ଡାକ୍ତର ଦେଖାଇ ଔଷଧ ନେଇ ଘରକୁ ଫେରିଥିବାର ସୂଚନା ମିଳିଛି । ସବୁଠାରୁ ବଡ଼ କଥା ହେଲା ସୁନନ୍ଦ ଲକଡାଉନ ପାଇଁ କୋହଳ ଥିବା ସମୟ ମଧ୍ୟ ରେ ଘରକୁ ଫେରିଯାଇଥିଲେ ।

ସମ୍ବନ୍ଧିତ ଖବର