କଟକ: ଗୋଟିଏ ନମ୍ବରରେ କଲ କଲେ ମିଳିବ ୩ ଟି ସେବା। ଅଗ୍ନିଶମ, ଆମ୍ବୁଲାନ୍ସ ଓ ପୁଲିସ ସେବା ପାଇଁ ଏଣିକି ଗୋଟିଏ ନମ୍ବରକୁ କଲ କଲେ ଏହି ୩ ଟି ସେବା ମିଳିବ। ୧୧୨କୁ ଡାଏଲ କରିଲେ ଏହି ସେବା ଉପଲବ୍ଧ ହେବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୨୦ ଟି ଜିଲ୍ଲାରେ ଏହି ସେବା ଉପଲବ୍ଧ ହେବ। ଏହି ସେବା ଆଜିଠାରୁ ଶୁଭାରମ୍ଭ କରାଯାଇଛି।
କଟକା ଓଏମ୍ ପି ସ୍ଥିତ ରିଜର୍ଭ ପୁଲିସ ପଡ଼ିଆରେ ଏହାର ଶୁଭାରମ୍ଭ କରାଯାଇଛି। ରାଜ୍ୟ ସ୍ୱତନ୍ତ୍ର ଡିଜି ମନୋଜ ଛାବ୍ରା ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି। ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୧୦୬ ଟି ଗାଡ଼ି ପ୍ରଦାନ କରାଯାଇଛି। ତେବେ ଏହା ସାଧାରଣ ଲୋକଙ୍କ ପାଇଁ ବେଶ ଲାଭଦାୟକ ହେବ ବୋଲି ସ୍ୱତନ୍ତ୍ର ଡିଜି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/Untitled-5.png)