ବଡ଼ବିଲ: ବଡ଼ବିଲ ଥାନା ଅନ୍ତର୍ଗତ ନାଲଦା ଅଞ୍ଚଳର ଏକ ଘରର ତାଲା ଭାଙ୍ଗି ୧ ଲକ୍ଷ ୪୬ ହଜାର ଟଙ୍କା ଚୋରି ହୋଇଥିଲା। ଏହି ଘଟଣାରେ ପୁଲିସ ଜଣକୁ ଗିରଫ କରିଥିବା ବେଳେ ୧ ଲକ୍ଷ ୪୧ ହଜାର ଟଙ୍କା ଉଦ୍ଧାର କରିଛି। ଗିରଫ ଅଭିଯୁକ୍ତ ହେଲା ନାଲଦା ଅଞ୍ଚଳର ଅସମାନ ମାଝୀ। ପ୍ରାପ୍ତ ସୂଚନା ଅନୁସାରେ, ଗତାକାଲି ଅପରାହ୍ଣ ୩ଟା ସମୟରେ ନାଲଦା ଅଞ୍ଚଳରେ ଥିବା ଓଜନକଣ୍ଟାରେ କାମ କରୁଥିବା କର୍ମଚାରୀ ଧୀରେନ ବେହେରା ଘରେ ନଥିଲେ। ଏହାର ସୁଯୋଗ ନେଇ ଅସମାନ ଘର ତାଲା ଭାଙ୍ଗି ୧ ଲକ୍ଷ ୪୬ ହଜାର ଟଙ୍କା ଚୋରି କରିଥିଲା।
ଏନେଇ ଶ୍ରୀ ବେହେରା ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ଅସମାନକୁ ଭଦ୍ରାସାହି ଅଞ୍ଚଳରୁ ଗିରଫ କରିଛି। ତାଠାରୁ ୧ ଲକ୍ଷ ୪୧ ହଜାର ଟଙ୍କା ଉଦ୍ଧାର କରିଛି। ଏନେଇ ବଡ଼ବିଲ ପୁଲିସ କେସ୍ ନମ୍ବର ୫୫/୨୩ ଦଫା ୪୫୪, ୩୮୦ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟଚାଲାଣ କରିଥିବା ତଦନ୍ତକାରୀ ଅଧିକାରୀ ଏସ୍ଆଇ ଟି. ପ୍ରିୟଦର୍ଶିନୀ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/arrest-1.jpg)