କଥା ଦେଇ ରଖିଲେ: ଦେଢ଼ ଲକ୍ଷ କୋଟି ଟଙ୍କାର ବଜେଟ୍‌, ମୋଟ ବ୍ୟୟ ଅଟକଳ ବଢିଛି ୧୧.୧%

କୃଷି ବଜେଟ୍‌ର ଆକାର ୧୯ ହଜାର ୪୦୮ େକାଟି, ୨୦୨୦-୨୧ରେ ଅଭିବୃଦ୍ଧି ୭ରୁ ୭.୫% ଆକଳନ

ଭୁବନେଶ୍ବର: ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟ୍‌ର ଆକାର ୧ଲକ୍ଷ ୫୦ ହଜାର କୋଟି ଟଙ୍କା ଛୁଇଁଛି। ଗତବର୍ଷ ତୁଳନାରେ ଏହା ୧୧.୧% ଅଧିକ। ସରକାର ଦାବି କରିଛନ୍ତି ଯେ ଏହା ଏକ ଜନମଙ୍ଗଳକାରୀ ବଜେଟ୍ ଓ ଏଥିରେ ପୁଞ୍ଜିନିବେଶ, ବିକାଶ, ଭିତ୍ତିଭୂମି ଉନ୍ନୟନ ତଥା ରୂପାନ୍ତରଣ ଉପରେ ଗୁରୁତ୍ବ ଦିଆଯାଇଛି। କିନ୍ତୁ ବଜେଟ୍‌କୁ ନିରେଖି ଦେଖିଲେ, ଗୋଟିଏ କଥା ବୁଝାପଡିଯାଉଛି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ଘୋଷଣା କରିଥିବା ଅନେକ କାର୍ଯ୍ୟକ୍ରମ ଓ ଯୋଜନା ଉପରେ ହିଁ ବଜେଟ୍‌ରେ ସରକାର ଅର୍ଥ ବରାଦ କରିଛନ୍ତି। ଏଇ ଯେମିତି, ପୁରୀକୁ ବିଶ୍ବ ଐତିହ୍ୟ ସହରରେ ପରିଣତ କରାଯିବା ଲାଗି ୩୨୦୮ କୋଟି ଟଙ୍କାର ଅବଢା଼ େଯାଜନା, ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବର ବିକାଶ ପାଇଁ ୭୦୦କୋଟିର ବ୍ୟୟବରାଦ ଇତ୍ୟାଦି। ସେହିପରି ସମ୍ବଲେଶ୍ବରୀ ମନ୍ଦିର, ହୀରାକୁଦ ବନ୍ଧ, ଭିତରକନିକା, ତଳସରୀ ଭଳି ପର୍ଯ୍ୟଟନ ଦୃଷ୍ଟିରୁ ଗୁରୁତ୍ବ ବହନ କରୁଥିବା ଅଞ୍ଚଳର ବିକାଶ ମଧ୍ୟ ସରକାରଙ୍କ ଫୋକସ୍‌ରେ ରହିଛି। ଆହୁରି ସ୍ପଷ୍ଟ ଭାବେ କହିଲେ, ଓଡ଼ିଶାକୁ ବିଶ୍ବସ୍ତରୀୟ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବା ପାଇଁ ବଜେଟ୍‌ରେ ବିପୁଳ ପୁଞ୍ଜିନିବେଶର ବ୍ୟବସ୍ଥା କରାଯାଇଛି। କଟକ ସହରକୁ ଭିଡ଼ ମୁକ୍ତ ଓ ରିଙ୍ଗ୍‌ ରୋଡ୍‌କୁ ୬ଲେନ୍ ବିଶିଷ୍ଟ କରିବା ପାଇଁ ପଦକ୍ଷେପ ସହିତ କଟକ ବଡ଼ ମେଡିକାଲକୁ ଏକ ଅତ୍ୟାଧୁନିକ ବିଶ୍ବସ୍ତରୀୟ ପ୍ରତିଷ୍ଠାନରେ ପରିଣତ କରାଯିବା ଲାଗି ସରକାର ଅର୍ଥ ଦେବା ଆରମ୍ଭ କରିଛନ୍ତି। ‘ସ୍କିଲ୍‌ଡ ଇନ୍ ଓଡ଼ିଶା’କୁ ଏକ ବିଶ୍ବସ୍ତରୀୟ ବ୍ରାଣ୍ଡ୍‌ରେ ରୂପାନ୍ତର ପାଇଁ ଏକ ବିଶ୍ବ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା ହେବ। ସର୍ବୋପରି ଜଳ ସଂରକ୍ଷଣ ଓ ବ୍ୟବହାର କ୍ଷେତ୍ରରେ ବୃହତ୍ ପରିବର୍ତନ ପାଇଁ ୧୨ ହଜାର କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣ କରାଯିବ ବୋଲି ସରକାର ବଡ଼ ‌‌ଘୋଷଣା କରିଛନ୍ତି। ଏହାବ୍ୟତୀତ ୫-ଟି ମନ୍ତ୍ର ଓ ନାଗରିକ କୈନ୍ଦ୍ରିକ ଉଦ୍ୟମ ‘ମୋ ସରକାର’ ଓ ଶାସନ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ଲାଗି ସରକାରଙ୍କ ପ୍ରତିବଦ୍ଧତା ସଂପର୍କରେ ବଜେଟ୍‌ରେ ଅର୍ଥମନ୍ତ୍ରୀ ଠାରିଛନ୍ତି।

୨୮ ହଜାର ୯୬୪ କୋଟିର ପୋଷଣ ବଜେଟ୍‌
ପ୍ରମୁଖ ନଦୀର ବିକାଶ ପାଇଁ ୫ବର୍ଷରେ ୧୨ ହଜାର କୋଟି
ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ୩ କୋଟିକୁ ବଢ଼ିଲା

ବଜେଟ୍‌ ଏକଥା ବି ସୂଚାଉଛି ଯେ ସାଧାରଣ ଲୋକଙ୍କ ଆଖିରେ ଏକ ଉନ୍ନତ ପ୍ରଦର୍ଶନକାରୀ ରାଜ୍ୟର ମାନ୍ୟତା ପାଇବା ପାଇଁ ଓ ନୂଆ ଓଡ଼ିଶା ଗଠନ ଦିଗରେ ସରକାରଙ୍କ ସଂକଳ୍ପକୁ ବାସ୍ତବରୂପ ଦେବା ଲାଗି ଉଦ୍ୟମ ହୋଇଛି। ଗାଁ ଓ ସହରର ପାନୀୟ ଜଳ ସମସ୍ୟା ଓ ବିଦ୍ୟୁତ ବ୍ୟବସ୍ଥାରେ ଉନ୍ନତି, ଗାଁ ଓ ସହରର ବସ୍ତିବାସିନ୍ଦାଙ୍କ ପାଇଁ ପକ୍କା ଘର ତଥା ସ୍ମାର୍ଟ ସିଟି ଲାଗି ଅଧିକ ଅର୍ଥ ବରାଦ େହାଇଛି। ଚିରାଚରିତ ଢଙ୍ଗରେ ସ୍ବାସ୍ଥ୍ୟ ଓ ଶିକ୍ଷା, ଆଦିବାସୀ, ମହିଳା, ସାମାଜିକ ନିରାପତ୍ତା ତଥା ଯୁବ ବର୍ଗକୁ ଆକର୍ଷିତ କରିବା ଲାଗି ବଜେଟରେ ପୁଳା ପୁଳା ଟଙ୍କା ଅଜାଡି ଦିଆଯାଇଛି। ଯଦିଓ ଟଙ୍କା ପାଇଁ ଭିଡ଼ାଓଟରା ସ୍ଥିତି ଜଳ ଜଳ, ତଥାପି ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ବଜେଟ୍‌ରେ ସଙ୍କେତ ଦେଇଛନ୍ତି ଯେ ନବୀନ ଯାହା ନିର୍ବାଚନ ପୂର୍ବରୁ କହିଥିଲେ, କ୍ଷମତାକୁ ଆସିବା ପରେ ତାଙ୍କ କଥା ରଖିଛନ୍ତି ଓ ‘କାଳିଆ’ ସମେତ କୌଣସି େଯାଜନା ବନ୍ଦ େହବାର ନାହିଁ। ବରଂ ବିଧାୟକଙ୍କ ମନ କଥା ରଖି ସ୍ଥାନୀୟ ଅଞ୍ଚଳ ଉନ୍ନୟନ ପାଣ୍ଠି (ଏମଏଲ୍‌ଏ ଲାଡ୍)କୁ ନବୀନ ୩ େକାଟିକୁ ବଢାଇ ଦେଇଛନ୍ତି। ଯେଉଁଥିରେ ବିଧାୟକମାନେ ଅଧିକ ଲୋକପ୍ରିୟତା ଅର୍ଜନ ପାଇଁ ବାଟ ଖୋଲିବ। ବଜେଟ୍‌ରେ ଆୟ ବୃଦ୍ଧି ପାଇଁ କୌଣସି ନୂଆ ପ୍ରସ୍ତାବ ନାହିଁ। ପରୋକ୍ଷରେ ସରକାର ସୂଚାଇଛନ୍ତି େଯ ଦ୍ରବ୍ୟ ସେବା କର ଆଇନ ରାଜ୍ୟ ସରକାର ଲାଗୁ କରିଛନ୍ତି ଓ ଜିଏସ୍‌ଟି କ୍ଷତିପୂରଣ ନିମନ୍ତେ ୨୦୧୫-୧୬ ଆର୍ଥିକ ବର୍ଷର ଟିକସ ସ˚ଗ୍ରହକୁ ମୂଳ ବର୍ଷ ରୂପେ ଗ୍ରହଣ କରି ପ୍ରତିବର୍ଷ ୧୪ପ୍ରତିଶତ ଅଭିବୃଦ୍ଧି ହାରରେ କ୍ଷତିପୂରଣ ନିରୂପଣ ହୋଇଛି। ଏଣୁ ଟିକସ ହାନି ଡର ନାହିଁ। ଏହାବ୍ୟତୀତ ଖଣି ନିଲାମ କ୍ଷେତ୍ରରୁ ଏକ ବଡ଼ ପରିମାଣର ଅର୍ଥ ଆଗକୁ ଆସିବ, ଯେଉଁଥିପାଇଁ ବଜେଟ୍ ପରିମାଣ ବଢାଇବାକୁ ସାହସ କରିଛନ୍ତି। କେତେ ଆସିବ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ।

ରାଜ୍ୟ ସରକାର ବିତ୍ତୀୟ ନିଅଣ୍ଟ ସୀମା ୩% ଭିତରେ ରଖିଛନ୍ତି। ଅର୍ଥ ସଚିବ ଏ ସଂକ୍ରାନ୍ତରେ ଭିନ୍ନ ସଫେଇ ଦେଇ କହିଛନ୍ତି ଯେ ଅଧିକ ପୁଞ୍ଜି ହାସଲର ସୁଯୋଗ ରହିଥିଲା। ଯଦି ବିଭାଗମାନେ ଅର୍ଥ ଖର୍ଚ୍ଚ କରିପାରିବେ, ତେବେ ଏ ବାବଦରେ ନିଅଣ୍ଟ ଆଉ ୦.୫% ସୀମା ବଢାଇବା ପାଇଁ ଥିବା ସୁଯୋଗକୁ ମଧ୍ୟ ବ୍ୟବହାର କରିବା ଲାଗି ପଛାଇବେ ନାହିଁ। ଏହା ଅତିରିକ୍ତ ବଜେଟ୍‌ରେ କରାଯାଇପାରେ। ତେବେ ସରକାରଙ୍କର ଋଣ ଉପରେ ନିର୍ଭରଶୀଳତା କମିନାହିଁ। ଓଡ଼ିଶାର ଅର୍ଥନୀତି ଦୃଶ୍ୟପଟ୍ଟ ସଂପର୍କରେ ବର୍ଣ୍ଣନା କରି ଶ୍ରୀ ପୂଜାରୀ କହିଛନ୍ତି ଯେ ଗତ ୭ ବର୍ଷ ଧରି ଓଡ଼ିଶାର ହାରାହାରି ଅଭିବୃଦ୍ଧି ହାର ୮ ପ୍ରତିଶତ ଥିଲା, ଯେତେବେଳେ ଜାତୀୟ ଅଭିବୃଦ୍ଧି ହାର ୬.୯ ପ୍ରତିଶତ ଅଟେ। ବିଶ୍ବ ଓ ଜାତୀୟ ମାନ୍ଦାବସ୍ଥା କାରଣରୁ ୨୦୧୯-୨୦ ଆର୍ଥିକ ବର୍ଷରେ ସର୍ବଭାରତୀୟ ଅଭିବୃଦ୍ଧି ହାର ୫ ପ୍ରତିଶତ ହେବ ବୋଲି ଆଶା କରାଯାଉଛି। ଓଡ଼ିଶାରେ କିନ୍ତୁ ଏହି ହାର ୬.୧୬% ହେବ। ଓଡ଼ିଶା ସରକାର ଯେହେତୁ ଶିଳ୍ପ ପ୍ରୋତ୍ସାହନ ଓ ଅଧିକ ନିବେଶ ତଥା ସାମାଜିକ କ୍ଷେତ୍ର ଉପରେ ଗୁରୁତ୍ବ ଦେଉଛନ୍ତି, ଏଣୁ ରାଜ୍ୟ ଅର୍ଥନୀତିର ଅଭିବୃଦ୍ଧି ହାର ୨୦୨୦-୨୧ ଆର୍ଥିକ ବର୍ଷରେ ୭ ପ୍ରତିଶତରୁ ୭.୫ ପ୍ରତିଶତ ମଧ୍ୟରେ ରହିବ। ଗତ ବଜେଟ୍ ସମୟରେ ଅର୍ଥମନ୍ତ୍ରୀ ଦର୍ଶାଇଥିଲେ ଯେ ରାଜ୍ୟ ଅର୍ଥନୀତିର ଅଭିବୃଦ୍ଧି ହାର ୨୦୧୯-୨୦ରେ ୮ରୁ ୮.୫% ରହିବ, ଯାହା ହାସଲ ହୋଇପାରିଲା ନାହିଁ।

ସମତୁଲ ବଜେଟ େବାଲି ଦାବି କରି ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ଏହାର ରୂପରେଖ ସଂପର୍କରେ କହିଛନ୍ତି େଯ ବ୍ୟୟ ଅଟକଳ ମୁଖ୍ୟତଃ ରାଜସ୍ବ ପ୍ରାପ୍ତି ଉପରେ ନିର୍ଭର କରୁଛି। ୨୦୨୦-୨୧ ଆର୍ଥିକ ବର୍ଷରେ ମୋଟ ରାଜସ୍ବ ପ୍ରାପ୍ତି ବାବଦକୁ ୧ଲକ୍ଷ ୨୪ ହଜାର ୩୦୦ କୋଟି ଟଙ୍କା ଆକଳନ ହୋଇଛି। ଏହା ମୋଟ ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ୨୦.୩% ଓ ୨୦୧୯-୨୦ ସେଂଶାଧିତ ଅଟକଳ ଠାରୁ ୧୧.୨% ଅଧିକ। କିନ୍ତୁ ସରକାର ଋଣ ଓ ଅନ୍ୟାନ୍ୟ ପ୍ରାପ୍ତି ବାବଦରେ ୨୫ ହଜାର ୭ଶହ କୋଟି ଟଙ୍କା ଭରଣା କରିବେ େବାଲି ଯୋଜନା କରିଛନ୍ତି, ଯେଉଁଥିରୁ ଖୋଲା ବଜାରରୁ ୧୭ ହଜାର ୮୪୦ େକାଟି ଟଙ୍କା ଉଠାଇବେ। ଏହାକୁ ମିଶାଇଲେ ବର୍ଷ ଶେଷକୁ େମାଟ ଋଣ ପରିମାଣ ୧ଲକ୍ଷ ୧୩ହଜାର ୨୩୭ କୋଟି ଛୁଇଁଯିବ। ବଜେଟ୍‌ରେ ମୋଟ ଆୟ ୧ଲକ୍ଷ ୨୪ହଜାର ୩୦୦ କୋଟି ଟଙ୍କା ହେବ ବୋଲି ଦର୍ଶାଯାଇଥିବା ବେଳେ ୧ଲକ୍ଷ ୧୪ ହଜାର ୭୯୦ କୋଟି ୮୬ ଲକ୍ଷ ଟଙ୍କାର ଖର୍ଚ୍ଚ ପ୍ରସ୍ତାବ ଦିଆଯାଇଛି। ଏହାଦ୍ବାରା ବର୍ଷ ଶେଷ ବେଳକୁ ୯ ହଜାର ୫୦୯ କୋଟି ୧୪ ଟଙ୍କା ରାଜସ୍ବ ବଳକା (ସାମଗ୍ରିକ ଘରୋଇ ଉତ୍ପାଦର ୧.୫୯%) ହେବ ବୋଲି ଆକଳନ କରାଯାଇଛି।

ଅନ୍ୟପକ୍ଷରେ ୨୦୨୦-୨୧ରେ ଆକଳନ କରାଯାଇଥିବା ବ୍ୟୟବରାଦ ମୁଖ୍ୟତଃ ରାଜସ୍ବ ପ୍ରାପ୍ତିରୁ ୮୩% ଓ ଅବଶିଷ୍ଟ ୧୭% ପୁଞ୍ଜି ପ୍ରାପ୍ତିରୁ ହାସଲ ହେବ। ଏହି କ୍ରମରେ ଓଡ଼ିଶାର ବିତ୍ତୀୟ ନିଅଣ୍ଟ ୧୭ ହଜାର ୮୭୮ କୋଟି ଟଙ୍କା ହେବ, ଯାହା ଜିଏସଡିପିର ୩% ହେବ ବୋଲି ଆକଳନ କରାଯାଇଛି। ୨୦୨୦-୨୧ରେ ରାଜସ୍ବ ପ୍ରାପ୍ତିରେ ରାଜ୍ୟର ନିଜସ୍ବ ଟିକସ ରାଜସ୍ବ ୩୮ ହଜାର ୩୫୦େକାଟି ଟଙ୍କା, ରାଜ୍ୟର ଅଣ ଟିକସ ରାଜସ୍ବ ୧୭ ହଜାର ୬୫୦ େକାଟି ଟଙ୍କା, େକନ୍ଦ୍ରୀୟ ଟିକସରେ ରାଜ୍ୟ ଅଂଶ ବାବଦକୁ ୩୬ ହଜାର ୩୦୦ େକାଟି ଟଙ୍କା ଓ େକନ୍ଦ୍ରୀୟ ଅନୁଦାନ ୩୨ ହଜାର େକାଟି ଟଙ୍କା ଆକଳନ େହାଇଛି।

ଅନ୍ୟପକ୍ଷରେ ସରକାର ପ୍ରଶାସନିକ ଖର୍ଚ୍ଚ ବାବଦରେ ୬୫ ହଜାର ୬୫୫ େକାଟି ଟଙ୍କା ବରାଦ କରିଛନ୍ତି। େଯଉଁଥିରୁ ଦରମା ବାବଦରେ୨୨.୫୯%, ପେନସନ୍‌ ୧୨.୭୯%, ସୁଧ ୫.୭୬%, ପୁଞ୍ଜି ସ˚ପତ୍ତି ପରିଚାଳନା ତଥା ରକ୍ଷଣାବେକ୍ଷଣ ପାଇଁ ୪୧.୧୫% ଅର୍ଥ ଖର୍ଚ୍ଚ ହେବ। କାର୍ଯ୍ୟକ୍ରମ ଖର୍ଚ୍ଚ ବାବଦରେ ୭୪ ହଜାର େକାଟି ଟଙ୍କା, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୩ ହଜାର ୨ ଶହ େକାଟି ଟଙ୍କା ଓ ରାଜ୍ୟ ସରକାରଙ୍କ ଦ୍ବାରା ହସ୍ତାନ୍ତରିତ େହଉଥିବା ଅର୍ଥ ୭ ହଜାର ୧୪୫େକାଟି ଧାର୍ଯ୍ୟ େହାଇଛି। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପୁଞ୍ଜି ବ୍ୟୟ ଅଟକଳ ୨୬ ହଜାର ୫ଶହ ୧୩ କୋଟି ଟଙ୍କା ହେବ। ଏହା ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ପ୍ରାୟ ୪.୫ ପ୍ରତିଶତ।

ବକେୟା ମହଙ୍ଗା ଭତ୍ତା ଆସନ୍ତାବର୍ଷ
ଭୁବନେଶ୍ବର: ସରକାର ଜୁଲାଇ ମାସରେ କର୍ମଚାରୀଙ୍କ ପ୍ରାପ୍ୟ ମହଙ୍ଗା ଭତ୍ତା (୫%) କାଟି ଦେଇଥିବା ଘଟଣାକୁ ନେଇ କର୍ମଚାରୀ ମହଲରେ ଅସନ୍ତୋଷ ତେଜିବାରେ ଲାଗିଛି। କର୍ମଚାରୀ ରାଜରାସ୍ତାକୁ ଆସିଲେଣି। ସରକାରଙ୍କୁ ବି ସ୍ମାରକପତ୍ର ଦେଇଛନ୍ତି। ଠିକ୍ ଏମିତି ସମୟରେ ଆଜି ବଜେଟ୍ ଉପସ୍ଥାପନ ପରେ ରାଜ୍ୟ ଅର୍ଥ ସଚିବ ଅଶୋକ କୁମାର ମୀନା ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ବେଳେ ଏକ ବଡ଼ ସୂଚନା ଦେଇଛନ୍ତି। କହିଛନ୍ତି, ବକେୟା ମହଙ୍ଗା ଭତ୍ତା ପ୍ରାପ୍ୟରୁ କର୍ମଚାରୀ ବଞ୍ଚିତ ହେବେନି। ବରଂ ଏହା ଆସନ୍ତା ଆର୍ଥିକ ବର୍ଷରେ ଦିଆଯିବ। ତେବେ ୨୦୨୦ ଜାନୁଆରି ପହିଲାରୁ ଯେଉଁ ୫ ପ୍ରତିଶତ ମହଙ୍ଗା ଭତ୍ତା କଥା କୁହାଯାଇଛି, ତାହା ପେନସନ୍ ଭୋଗୀଙ୍କୁ ଅବଶ୍ୟ ମିଳିବ। ଖୁବ୍ ଶୀଘ୍ର ଏ ସଂକ୍ରାନ୍ତ ନିର୍ଦେଶନାମା ପ୍ରକାଶ ପାଇବ। ସେହିପରି ୭ମ ଅର୍ଥ କମିସନ ବକେୟା ୫୦ ପ୍ରତିଶତ ଦେବା ଲାଗି ବଜେଟ୍‌ରେ ପର୍ଯ୍ୟାପ୍ତ ଅର୍ଥ ଅଛି। ଯେଉଁ ସମୟରେ ନିଷ୍ପତ୍ତି ନିଆଯିବ, ଅର୍ଥ ଅଭାବ ରହିବ ନାହିଁ ବୋଲି ସଚିବ କହିଛନ୍ତି।

ସମ୍ବନ୍ଧିତ ଖବର