ଭୁବନେଶ୍ବରରେ ପହଞ୍ଚିଲା ଦେଢ ଲକ୍ଷ କୋଭାକ୍ସିନ ଟିକା

ଭୁବନେଶ୍ବର : ୩ୟ ପର୍ଯ୍ୟାୟ ଟିକାକରଣ ପାଇଁ ଓଡ଼ିଶାରେ ପହଞ୍ଚିଛି ପ୍ରାୟ ଦେଢ ଲକ୍ଷ କୋଭାକ୍ସିନ ଟିକା । ଏସବୁ ଟିକାକୁ ରାଜ୍ୟ ସରକାର ଖରିଦ କରିଛନ୍ତି । ଓଡ଼ିଶା ସରକାରଙ୍କ ଅର୍ଡର ପରେ ଭାରତ ବାୟୋଟେକ୍ ପକ୍ଷରୁ ପ୍ରଥମ କନସାଇନମେଣ୍ଟ ପଠାଯାଇଛି ।

ଏହି ଟିକା ୧୮-୪୪ ବର୍ଷ ବୟସ ବର୍ଗରେ କେବଳ ଭୁବନେଶ୍ବର ବିଏମସି ଅଞ୍ଚଳରେ ଦିଆଯିବ । ଆସନ୍ତା କାଲି ସାଂକେତିକ ଭାବେ ଅଳ୍ପ କିଛି ଲୋକଙ୍କୁ ଟିକା ଦିଆଯାଇ ୩ୟ ପର୍ଯ୍ୟାୟ ଟିକାକରଣର ଆରମ୍ଭ କରାଯିବ । କିନ୍ତୁ ସୋମବାରଠାରୁ ପଂଜୀକରଣ କରିଥିବା ସାଧାରଣ ଲୋକମାନଙ୍କ ପାଇଁ ଟିକାକରଣ ଆରମ୍ଭ ହେବ ।

ଆଜି ସ୍ବାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଥିଲେ ଯେ  ଓଡ଼ିଶାରେ ୩ୟ ପର୍ଯ୍ୟାୟରେ ୧.୯୨ କୋଟି ଲୋକ ଟିକା ନେବେ ।   ଟିକା ପାଇଁ ଦୁଇ କମ୍ପାନି ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକକୁ ଅର୍ଡର ଦିଆଯାଇଛି । ଏହି ଦୁଇ କମ୍ପାନି ଟିକା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି । ତା ପୂର୍ବରୁ ସମସ୍ତେ ପଂଜୀକରଣ କରନ୍ତୁ । ଟିକା ପହଞ୍ଚିବା ପରେ ଟିକାକରଣ ସମ୍ପର୍କରେ ଜଣାଇଦିଆଯିବ ।

ସମ୍ବନ୍ଧିତ ଖବର