ବ୍ରଜରାଜନଗର : ବ୍ରଜରାଜନଗର ଥାନା ଅନ୍ତର୍ଗତ ଇକୋ ପାର୍କ ସମ୍ମୁଖ ରାସ୍ତାରେ ବାଇକ ଆରୋହୀ ସୁଶିଲ ସାହୁଙ୍କଠାରୁ ଅଭିନବ ଢଙ୍ଗରେ ୧ ଲକ୍ଷ ୫୮ ହଜାର ୫ ଶହ ଟଙ୍କା ଲୁଟିନେଲେ ୨ ଦୁର୍ବୃତ୍ତ। ଏ ନେଇ ସୁଶିଲ ବ୍ରଜରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାଟି ଗୁରୁବାର ଅପରାହ୍ନରେ ଘଟିଥିଲା।
ସୁଶିଲଙ୍କ କହିବା ଅନୁସାରେ ସେ ୟୁକୋ ବ୍ୟାଙ୍କରୁ ୧,୫୮,୫୦୦ ଟଙ୍କା ଉଠାଇ ଏକ ବ୍ୟାଗରେ ରଖି ବାଇକ୍(ନଂ. ଓଡି-୨୩କେ- ୮୫୯୪)ରେ ବ୍ରଜରାଜନଗର ଫେରୁଥିଲେ। ବ୍ରଜରାଜନଗର କଲେଜ ସମ୍ମୁଖ ଇକୋ ପାର୍କ ନିକଟରେ ଏକ କଳାରଙ୍ଗର ବାଇକରେ ତାଙ୍କୁ ୨ଜଣ ଯୁବକ ଅତିକ୍ରମ କରିଥିଲେ। ତାଙ୍କ ବ୍ୟାଗରୁ କିଛି ଟଙ୍କା ଖସି ପଡ଼ିଥିବା କହିବାରୁ ସୁଶିଲ ବାଇକ ରଖି ପଛକୁ ଦେଖିଥିଲେ। ତଳେ ଗୋଟିଏ ୫୦ ଟଙ୍କିଆ ଓ ଦୁଇଟି ୨୦ ଟଙ୍କିଆ ନୋଟ୍ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହି ସମୟ ଭିତରେ ସମ୍ପୃକ୍ତ ୨ ଲୁଟେରା ସୁଶିଲଙ୍କ ବାଇକରେ ଝୁଲା ହୋଇଥିବା ଟଙ୍କା ବ୍ୟାଗଟିକୁ ଧରି ଯେଉଁ ଦିଗରୁ ଆସିଥିଲେ ସେହି ଦିଗରେ ଫେରାର ହୋଇ ଯାଇଥିଲେ। ସୁଶିଲ ଏ ନେଇ ପ୍ରଥମେ ଗାନ୍ଧିଛକ ଫାଣ୍ଡିରେ ଜଣାଇଥିଲେ। ପୁଲିସ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ମିଳି ନ ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/loot.jpg)