ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ସାଇବର୍‌ ଠକେଇ ଥମିବାର ନାଁ ନେଉନାହିଁ। ଠେଲକୋଲୋଇି ଥାନା ଅଞ୍ଚଳରେ ଆଉ ଜଣେ ବ୍ୟକ୍ତି ସାଇବର୍‌ ଠକେଇର ଶିକାର ହୋଇଛନ୍ତି। ମହେନ୍ଦ୍ର କୁମାର ସାହୁ କରିଥିବା ଅଭିଯୋଗ ଅନୁଯାୟୀ, ଗତ ୧୦ ଓ ୧୧ ତାରିଖ ଦିନ ମୋଟ ୪ଟି ଟ୍ରାନ୍‌ଜେକସନ୍‌ରେ ତାଙ୍କ ଠେଲ୍‌କୋଲୋଇ ଏସ୍‌ବିଆଇ ଆକାଉଣ୍ଟ, ରାୟପୁର ଏସବିଆଇ ଓ ରାୟପୁରର ଆଇସିଆଇସିଆଇ ଆକାଉଣ୍ଟରୁ ୧ ଲକ୍ଷ ୭୮,୫୦୦ ଟଙ୍କା କଟିଯାଇଥିଲା। ୧୦ ତାରିଖରେ ହୋଇଥିବା ୩ଟି ଟ୍ରାନ୍‌ଜେକ୍‌ସନ୍‌ରେ ଯଥାକ୍ରମେ ୧୨,୫୦୦ ଟଙ୍କା, ୪୦ ହଜାର ଟଙ୍କା ଓ ୬୦ ହଜାର ଟଙ୍କା କଟିଥିଲା। ୧୧ ତାରିଖ ଦିନ ଆଉ ଏକ ଟ୍ରାନ୍‌ଜେକସନ୍‌ରେ ତାଙ୍କ ଆକାଉଣ୍ଟରୁ ୬୬ ହଜାର ଟଙ୍କା କଟି ଯାଇଥିଲା। ଏ ନେଇ ମହେନ୍ଦ୍ର ସୋମବାର ଠେଲ୍‌କୋଲୋଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।