ଭୁବନେଶ୍ବର: ରାଜ୍ୟରେ କାର୍ଯ୍ୟରତ ଘରୋଇ ଶିଳ୍ପ ସଂସ୍ଥାରେ ୧ଲକ୍ଷ ୭୯ହଜାର ୭୨୪ଜଣ ଠିକା କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଏହାସହ ୯୦,୪୯୩ ନିୟମିତ କର୍ମଚାରୀ ମଧ୍ୟ ଅଛନ୍ତି। ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ମନ୍ତ୍ରୀ କହିଛନ୍ତି ଯେ ଗତ ୧୦ବର୍ଷ ଭିତରେ ରାଜ୍ୟରେ ଏକୀକୃତ ନିର୍ଗମନ କର୍ତୃପକ୍ଷ(ଏସ୍ଏଲଏସ୍ଡବ୍ଲୁସିଏ)ଙ୍କ ଜରିଆରେ ଅନୁମୋଦନ ପାଇଥିବା ଓ ରାଜ୍ୟ ସରକାରଙ୍କ ସହିତ ବୁଝାମଣା ପତ୍ର ସ୍ବାକ୍ଷର ଜରିଆରେ ୫୬ଟି ବୃହତ ଶିଳ୍ପ ସ୍ଥାପନ ହୋଇଛି। ତହିଁରୁ କିଛି ଆଂଶିକ ଓ ପୂର୍ଣ୍ଣ କାର୍ଯ୍ୟ କରୁଛନ୍ତି। ଏହି ଶିଳ୍ପ ସଂସ୍ଥାଗୁଡ଼ିକରେ ୩୩,୪୮୩ ନିଯୁକ୍ତି ସୃଷ୍ଟିର ଆକଳନ କରାଯାଇଛି। ଏହି ୫୬ ଶିଳ୍ପ ମଧ୍ୟରୁ ୭ଟି ଶିଳ୍ପ ସଂପ୍ରସାରଣ ଅନ୍ତଭୁର୍କ୍ତ ବୋଲି ସେ କହିଛନ୍ତି।
ରାଜ୍ୟର ଘରୋଇ ଶିଳ୍ପରେ କାର୍ଯ୍ୟ କରୁଛନ୍ତି ୧.୭୯ଲକ୍ଷ ଠିକା କର୍ମଚାରୀ
/sambad/media/post_attachments/wp-content/uploads/2021/12/industrial-code.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)