ରାୟଗଡ଼ା: ପରିବହନ ବିଭାଗର ଯାଞ୍ଚ ସମୟରେ ବିନା ପରମିଟରେ ଗଡ଼ୁଥିବା ବସ୍ ଠାବ ହୋଇଛି। ଫିଟନେସ୍ ଓ ଇନସ୍ୟୁରାନ୍ ନ ଥାଇ ବସ ଚାଲୁଥିବାରୁ ପରିବହନ ବିଭାଗ ୧ ଲକ୍ଷ ୯୬ ହଜାର ଟଙ୍କାର ଜରିମାନା ଆଦାୟ ପାଇଁ ବସ୍ ମାଲିକ ନାଁରେ ଚାଲାଣ କାଟିଛି। ରାମନାଗୁଡ଼ା ଫାଣ୍ଡିରେ ବସଟିକୁ ପରିବହନ ବିଭାଗ ଅଟକ ରଖିଛି।

Advertisment

ଗତକାଲି ରାୟଗଡ଼ା ପରିବହନ ବିଭାଗର ଟ୍ରାଫିକ୍ ଇନସପେକ୍ଟର୍ ଝଶକେତନ ଭରାଶଗରିଆ ରାମନାଗୁଡ଼ା ଅଞ୍ଚଳରେ ଯାନବାହନ ଯାଞ୍ଚ କରୁଥିଲେ। ଏହି ସମୟରେ ଗୁଣପୁର ଅଞ୍ଚଳର ବସ୍ ନଂ-ଓଆର୦୮-୮୭୭୧ ସ୍କୁଲ୍ ଛାତ୍ରଙ୍କୁ ନେଇ ଯାଉଥିବା ଟ୍ରାଫିକ୍ ଇନସପେକ୍ଟର ଦେଖିଥିଲେ। ସନ୍ଦେହରେ ଗାଡ଼ି ରେଜିଷ୍ଟ୍ରସନ୍ ନମ୍ବର ଯାଞ୍ଚ କରିବା ପରେ ବସଟି ୨୦୨୦ ଏପ୍ରିଲ୍ ୧ ତାରିଖରୁ ଅଫରୁଟରେ ଥିବା ଜଣା ପଡିଥିଲା। ଅଫରୁଟରେ ଥିବା ଗାଡ଼ି ପରିବହନ ଅଧିକାରୀଙ୍କ ବିନା ଅନୁମତିରେ ଚଳାଚଳ ନ କରିବାର ନିୟମ ରହିଛି। କିନ୍ତୁ ବସ୍ ମାଲିକ ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କୁ ନେଇ ଯାତାୟାତ କରୁଥିଲେ। ଟ୍ରାଫିକ୍ ଇନସପେକ୍ଟର ଶ୍ରୀ ଭରାଶଗରିଆ ସଙ୍ଗେ ସଙ୍ଗେ ବସକୁ ଅଟକାଇ କାଗଜପତ୍ର ଯାଞ୍ଚ କରିବା ପରେ ବସର ପରମିଟ୍, ଫିଟନେସ୍, ଇନସ୍ୟୁରାସନ୍ ନଥିବା ଜଣା ପଡିଥିଲା। କୌଣସି କାଗଜପତ୍ର ଏବଂ ଫିଟନେସ୍ ନଥାଇ ବେଆଇନ ଭାବେ ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ ପରିବହନ କରୁଥିବାରୁ ଟ୍ରାଫିକ୍ ଇନସପେକ୍ଟର୍ ନିୟମ ଉଲ୍ଲଂଘନ ଅଭିଯୋଗରେ ବସ୍ ମାଲିକ ନାଁରେ ୧ ଲକ୍ଷ ୯୬ ହଜାର ଟଙ୍କା ଚାଲାଣ କାଟିଛନ୍ତି।