୧କ୍ବିଣ୍ଟାଲ ୪କେଜି ଗଞ୍ଜେଇ ଜବତ, ଅଭିଯୁକ୍ତ ଗିରଫ

ବୌଦ୍ଧ: ବୌଦ୍ଧ ଜିଲ୍ଳା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ମନମୁଣ୍ଡା ଥାନା ଅନ୍ତର୍ଗତ ଦପଲା ଗାଁର ଗଣେଶ୍ବର ବଗର୍ତି(୬୦)ଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଠାରୁ ୧କ୍ବିଣ୍ଟାଲ ୪କେଜି ଚୋରା ଗଞ୍ଜେଇ ଜବତ ହୋଇଥିବା ବିଭାଗ ପକ୍ଷରୁ ପ୍ରଦତ୍ତ ସୂଚନାରୁ ଜଣାଯାଇଛି।
ଗୁରୁବାର ସକାଳେ ଏହି ଚଢାଉ ହୋଇଥିଲା। ଅବକାରୀ ଇନସ୍ପେକ୍ଟର ବିଜୟ ଧରୁଆଙ୍କ ସମେତ ରମେଶ ମହାନ୍ତି, ସୀମା କିରଣ ବେଜ୍‌, କିଶୋର ନାଏକ, ବ୍ରହ୍ମାନନ୍ଦ ଭୋଇ, ରୁପେଶ ମୁଖୀ, ଅଞ୍ଜଳି ଅମାତ ପ୍ରମୁଖ ଚଢାଉ ଟିମ୍‌ରେ ସାମିଲ ଥିଲେ।

ସମ୍ବନ୍ଧିତ ଖବର