ଜୟପୁର: କୁନ୍ଦୁଲି ନାବାଳିକା ଛାତ୍ରୀ ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣା ଆଜି ଭିନ୍ନ ମୋଡ ନେଇଛି। ଆଜି ସମ୍ପୃକ୍ତ ନାବାଳିକାଙ୍କ ଭାଇ କୋରାପୁଟ ଜିଲ୍ଲା ଦୌରାଜଜ୍‌ ବିଦ୍ୟୁତ କୁମାର ମିଶ୍ରଙ୍କ ଅଦାଲତରେ ବରିଷ୍ଠ ପୁଲିସ ଅଧିକାରୀ ଡାକ୍ତର ଓ ଫୋରେନସିକ୍‌ ଲାବୋରୋଟୋରି ଦୁଇ ସହକାରୀ ନିର୍ଦ୍ଦେଶକଙ୍କ ସମେତ ୧୧ ଜଣଙ୍କ ବିରୋଧରେ ଏକ ମାମଲା ଦାୟର କରିଛନ୍ତି। ସରକାରୀ ଅବହେଳା ଓ ଉଦାସୀନତା, ରାଜ୍ୟ ସରକାରଙ୍କ ସମ୍ମାନ ବଞ୍ଚାଇବା ପାଇଁ ଚଞ୍ଚକତା କରାଯାଇ ତଦନ୍ତ ପ୍ରକି୍ରୟାକୁ ପ୍ରଭାବିତ କରାଯାଇଛି ଓ ଏଥିରେ ମ୍ରିୟମାଣ ହୋଇ ନାବାଳିକା ଜଣକ ଆତ୍ମହତ୍ୟା କରିଛନ୍ତି ବୋଲି ଉଲ୍ଲେଖ କରାଯାଇଛି।
ମୃତ ନାବାଳିକାଙ୍କ ଭାଇ ଆଜି ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଏସ ସାଇନୀ, କୋରାପୁଟ୍‌ ପୁୁଲିସ ଅଧିକ୍ଷକ କଓ୍ଵଁର ବିଶାଲ ସିଂହ, ଏସ୍‌ଡିପିଓ ନୀରଞ୍ଜନ ବେହେରା, ହେଡ୍‌କ୍ୱାର୍ଟର ଇନସପେକ୍ଟର ମମତା ପାଣିଗ୍ରାହୀ, ପଟାଙ୍ଗୀ ଥାନା ଇନ୍‌ସପେକ୍ଟର ଦେବ କୁମାର ଗମାଙ୍ଗୋ, ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କୁ ଚିକିତ୍ସା କରିଥିବା ପଟାଙ୍ଗୀ ସିଏଚସିର ଡାକ୍ତର, ଓ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର, ଜିଲ୍ଲା ମଙ୍ଗଳ ଅଧିକାରୀ , ପଟାଙ୍ଗୀ ବ୍ଲକ୍‌ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ଭୁବନେଶ୍ପର ରସୁଲଗଡ଼ସ୍ଥିତ ଫୋରେନସିକ୍‌ ଲାବୋରୋଟୋରିର ବାୟୋଲୋଜି ବିଭାଗର ସହକାରୀ ନିର୍ଦ୍ଦେଶକ ଓ ସେରୋଲୋଜି ବିଭାଗର ସହକାରୀ ନିର୍ଦ୍ଦେଶକଙ୍କ ନାମରେ କୋରାପୁଟ ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟରେ କମ୍ପ୍ଳେନ୍‌ କେସ ଦାୟର କରିଛନ୍ତି।