ବଲାଙ୍ଗୀର: ସାରା ରାଜ୍ୟରେ ଲକଡାଉନ୍ ଚାଲିଥିବା ବେଳେ ବଲାଙ୍ଗୀର ଜିଲ୍ଲାରେ ଘଟିଛି ଏକ ଅଘଟଣ। ବଜ୍ରାଘାତରେ ଜଣେ ୨୩ ବର୍ଷ ବୟସ୍କ ଯୁବକଙ୍କର ପ୍ରାଣହାନି ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲାର ଚଳକୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କରଲା ଗ୍ରାମର ଲାଲୁ କର୍ମୀଙ୍କ ପୁତ୍ର ପ୍ରଭାତ କର୍ମୀ ଆଜି ସକାଳେ ମହୁଲ ଗୋଟାଇବାକୁ ଯାଇଥିଲେ। ସେ ମହୁଲ ଗୋଟାଉଥିବା ବେଳେ ହଠାତ୍ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ମାରିଥିଲା।
ଏହି ସମୟରେ ବଜ୍ରାଘାତ ହେବା ଫଳରେ ୨୩ ବର୍ଷ ବୟସ୍କ ପ୍ରଭାତ କର୍ମୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଏହି ଅଘଟଣ ସକାଳ ପ୍ରାୟ ୮ଟା ବେଳେ ଘଟିଥିଲା। ଏହି ଖବର ବ୍ୟାପିବା ପରେ ସେହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/dead-indiatoday7.png)