ହାତୀ ଆକ୍ରମଣରେ ଜଣେ ମୃତ, ୨ ଆହତ

ପାଇକମାଳ : ପାଇକମାଳ ଛକରୁ ଦେଢ଼ କି.ମି. ଦୂର ବୈଦପାଲି ଗାଁ ଭାଟି ରାସ୍ତାରେ ଶୁକ୍ରବାର ଭୋର୍‌ରୁ ହାତୀ ଆକ୍ରମଣରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣକ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁସାରେ ମାଣ୍ଡିଆଢିପା ପଞ୍ଚାୟତ ବାବାଡେରା ଗାଁର ଲାଲବାହାଦୁର ହଂସ (୪୮), ପାଇକମାଳ କଲୋନିପଡ଼ାର ଦିର୍ଜୁ ବରିହା (୪୮) ଓ ବୈଦପାଲିର ନେପୁର ନାଏକ (୪୮) ଗୁରୁବାର ରାତିରେ କରମା ନାଚିବାକୁ ବୈଦପାଲି ଯାଇଥିଲେ। ଶୁକ୍ରବାର ସକାଳେ ସେମାନେ ଫେରୁଥିବା ସମୟରେ ୬ଟି ବଣୁଆ ହାତୀଙ୍କ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀମାନେ ଲାଲବାହାଦୁରଙ୍କୁ ମିଳିତ ଆକ୍ରମଣ କରିବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର