ଭଞ୍ଜନଗର: ଫାଇନାସ୍ କର୍ମଚାରୀଙ୍କ ଠାରୁ ଏକ ଲକ୍ଷ ୩୦ ହଜାର ଟଙ୍କା ଲୁଟ

ଭଞ୍ଜନଗର: ସୋରଡା ଥାନା ଅନ୍ତର୍ଗତ କେଶରା ଗ୍ରାମ ନିକଟରେ ଦୁଇ ଜଣ ଫାଇନାସ୍ କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ୧ଲକ୍ଷ ୩୦ ହଜାର ଲୁଟି ନେଇଛନ୍ତି ଲୁଟେରା । କର୍ମଚାରୀଙ୍କ ଅଭିଯୋଗ କ୍ରମେ ସୋରଡା ଥାନାରେ ୩୨/୨୦ ନମ୍ବରରେ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଥିବା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ କହିଛନ୍ତି। ସୂଚନା ଅନୁଯାୟୀ, ଗୋଟିଏ ଫାଇନାସ୍ କମ୍ପାନୀର ଫିଲଡ୍ ଅଫିସର ପ୍ରହଲ୍ଲାଦ ବେହେରା ଓ ଅଡିଟ ମ୍ୟାନେଜର ଅନୀଲ ବେହେରା ଦୁହେଁ ମିଶି ଆଜି ସକାଳୁ ଟଙ୍କା ଆଦାୟ ପାଇଁ ବିଭିନ୍ନ ଗ୍ରାମକୁ ଯାଇଥିଲେ। ଅପରାହ୍ନରେ ଦୁହେଁ କେଶରା ଗ୍ରାମରୁ ମଧ୍ୟ ଟଙ୍କା ଆଦାୟ କରି ଫେରୁଥିଲେ। କେଶରା ଗ୍ରାମ ଠାରୁ କିଛି ଦୂରରେ ଦୁଇ ଜଣ ମୁଖାଧାରୀ ବ୍ୟକ୍ତି ସେମାନଙ୍କୁ ଅଟକାଇ ଥିଲେ। ସେମାନଙ୍କୁ ମାରଣାସ୍ତ୍ର ଦେଖାଇ ୧ଲକ୍ଷ ୩୦ ହଜାର ଟଙ୍କା ଓ ଦୁଇଟି ମୋବାଇଲ ଲୁଟି ନେଇଥିଲେ ।

ସମ୍ବନ୍ଧିତ ଖବର