ଭୁବନେଶ୍ବର : ରାଜ୍ୟ ସରକାରୀ ଚାକିରିରେ ୧ ଲକ୍ଷ ୩୧ ହଜାରରୁ ଅଧିକ ପଦବି ଖାଲିପଡ଼ିଛି। ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଏଭଳି ସୂଚନା େଦଇଛନ୍ତି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା।

Advertisment

ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି େଯ ୨୦୧୮ ମାର୍ଚ ୩୧ ତାରିଖ ସୁଦ୍ଧା ରାଜ୍ୟରେ ମୋଟ୍ ୧ ଲକ୍ଷ ୩୧ ହଜାର ୫୧୮ ପଦବି ଖାଲିପଡ଼ିଛି। ଏଥିମଧ୍ୟରୁ ଗ୍ରୁପ୍ ‘ଏ’ ପାହ୍ୟାର ୬ ହଜାର ୬୨୨ ପଦବି ରହିଛି। ଗ୍ରୁପ୍ ‘ବି’ ପାହ୍ୟାରେ ୨୫ ହଜାର ୨୩୧, ଗ୍ରୁପ୍ ‘ସି’ ପାହ୍ୟାରେ ସର୍ବାଧିକ ୬୩ ହଜାର ୭୩୩ ଓ ଗ୍ରୁପ୍ ‘ଡି’ ପାହ୍ୟାରେ ଖାଲିପଡ଼ିଛି୨୨ ହଜାର୯୨୬ ପଦବି।

ଅର୍ଥମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୩୦ ହଜାର ୨୯୯ ପଦବି ଖାଲି ପଡ଼ିଥିବା ବେଳେ ସ୍ବରାଷ୍ଟ୍ର ବିଭାଗରେ ୧୬,୭୩୧, ସ୍ବାସ୍ଥ୍ୟ ବିଭାଗରେ ୧୬,୦୭୧ , ରାଜସ୍ବ ବିଭାଗରେ ୭,୩୯୦, ଜଳ ସମ୍ପଦ ବିଭାଗରେ ୬,୧୫୮, କୃଷି ବିଭାଗରେ ୫,୪୬୨, ପଞ୍ଚାୟତିରାଜରେ ୩,୯୬୫, ନଗର ଉନ୍ନୟନ ବିଭାଗରେ ୩,୫୧୪, ଅର୍ଥ ବିଭାଗରେ ୨,୩୯୨, ପୂର୍ତ ବିଭାଗରେ ୩,୪୮୦, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗରେ ୨,୨୯୩, ଜଙ୍ଗଲ ଓ ପରିବେଶ ବିଭାଗରେ ୩,୫୯୦, ଗ୍ରାମ୍ୟ ଉନ୍ନୟନ ବିଭାଗରେ ୨,୮୬୨, ଉଚ୍ଚଶିକ୍ଷା ବିଭାଗରେ ୭,୩୫୧, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗରେ ୩,୯୬୫ ପଦବି ଓ ଦକ୍ଷତା ବିକାଶ ବିଭାଗରେ ୧,୯୭୮ ପଦବି ଖାଲିପଡ଼ିଛି।